ପାଣି ପାଇଁ କଲେରା ହୋଇନି - ପଂଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର,୧୪ ଜୁନ୍ - ପାଣି ପାଇଁ କଲେରା ହୋଇନାହିଁ। ଭୋଜି ଭାତରେ ଡିହାଇଡ୍ରେସନ ଯୋଗୁଁ ଏପରି ହୋଇଛି। ତଥାପି ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭାଗ ମନିଟର କରୁଛି ବୋଲି କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସେ କହିଛନ୍ତି ଯେ ଆନନ୍ଦପୁରରୁ କୋରେଇ, ବଡ଼ଚଣାରେ ପାଣିକୁ ଟେଷ୍ଟ କରାଯ
ପାଣି ପାଇଁ କଲେରା ହୋଇନି - ପଂଚାୟତିରାଜ ମନ୍ତ୍ରୀ


ଭୁବନେଶ୍ୱର,୧୪ ଜୁନ୍ - ପାଣି ପାଇଁ କଲେରା ହୋଇନାହିଁ। ଭୋଜି ଭାତରେ ଡିହାଇଡ୍ରେସନ ଯୋଗୁଁ ଏପରି ହୋଇଛି। ତଥାପି ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭାଗ ମନିଟର କରୁଛି ବୋଲି କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

ସେ କହିଛନ୍ତି ଯେ ଆନନ୍ଦପୁରରୁ କୋରେଇ, ବଡ଼ଚଣାରେ ପାଣିକୁ ଟେଷ୍ଟ କରାଯାଇଛି। ଯେଉଁ ସ୍ଥାନରେ ଲୋକମାନେ ଆକ୍ରାନ୍ତ ହୋଇଛନ୍ତି ତାହାର ଚାରି ପାଖରେ ଥିବା ନଳକୂପ କୂଅକୁ ବ୍ଲିଚିଂ ଦ୍ୱାରା ସଫା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ କଲେରା ଘୋଷଣା କରିବା ପରେ କୂଅ ଓ ନଦୀ ପାଣିକୁ ବିଶୋଧନ ପାଇଁ ନିର୍ଦ୍ଦେଶକଙ୍କ ସହ ଆଲୋଚନା ହୋଇଛି। ୨୪ ହଜାର ନଳକୂପ ମଞ୍ଜୁର ହୋଇଥିବା ବେଳେ ୧୮ ହଜାର କାମ ସରିଛି। ଅବଶିଷ୍ଟ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande