ପୁରୀ ଏବଂ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀର ଚାଷୀ ବୈଠକରେ ଯୋଗଦେଲେ ସମ୍ବିତ ପାତ୍ର
ଭୁବନେଶ୍ୱର, 14 ଜୁନ୍ (ହି.ସ.) - ପୁରୀ ଏବଂ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀର ଚାଷୀ ବୈଠକରେ ଯୋଗଦେଇଛନ୍ତି ସାଂସଦ ସମ୍ବିତ ପାତ୍ର । ଏନେଇ ସୋସିଆଲ ମିଡିଆ ଏକ୍ସରେ ସାଂସଦ ସୂଚନା ଦେଇ କହିଛନ୍ତି ଯେ, ଆଜି ପୁରୀ ଏବଂ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀର ଚାଷୀମାନ
ପୁରୀ ଏବଂ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀର ଚାଷୀ ବୈଠକରେ ଯୋଗଦେଲେ ସମ୍ବିତ     ପାତ୍ର


ଭୁବନେଶ୍ୱର, 14 ଜୁନ୍ (ହି.ସ.)

- ପୁରୀ ଏବଂ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀର ଚାଷୀ ବୈଠକରେ ଯୋଗଦେଇଛନ୍ତି

ସାଂସଦ ସମ୍ବିତ ପାତ୍ର । ଏନେଇ ସୋସିଆଲ ମିଡିଆ ଏକ୍ସରେ ସାଂସଦ ସୂଚନା ଦେଇ କହିଛନ୍ତି ଯେ, ଆଜି

ପୁରୀ ଏବଂ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀର ଚାଷୀମାନଙ୍କ ଉପସ୍ଥିତିରେ ପୁରୀ

ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସହିତ ଏକ ବୈଠକରେ ସାମିଲ ହେଲି l

ବୈଠକରେ

ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଧାନ କ୍ରୟ ସମ୍ପର୍କିତ ପ୍ରସଙ୍ଗ

ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆମେ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ନିଶ୍ଚିତ କ୍ରୟ

ଏବଂ ସେମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande