5ବର୍ଷ ପରେ କୈଳାସ ମାନସରୋବର ଯାତ୍ରା ପାଇଁ ବାହାରିଲା ପ୍ରଥମ ବ୍ୟାଚ, ସବୁଜ ପତାକା ଦେଖାଇଲେ ପର୍ଯ୍ୟଟନମନ୍ତ୍ରୀ
ଗାଜିଆବାଦ, 15 ଜୁନ୍ (ହି.ସ.) - ପ୍ରାୟ ପାଞ୍ଚ ବର୍ଷ ପରେ କୈଳାସ ମାନସରୋବର ଯାତ୍ରା ଇନ୍ଦିରାପୁରମ୍‌ ସ୍ଥିତ କୈଳାସ ମାନସରୋବର ଭବନରୁ ରବିବାର ସକାଳେ ଆରମ୍ଭ ହୋଇଛି। କୈଳାସ ମାନସରୋବର ପାଇଁ ଯିବା ୫୦ ଜଣ ଯାତ୍ରୀଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜୟବୀର ସିଂହ ରବି
5ବର୍ଷ ପରେ କୈଳାସ     ମାନସରୋବର ଯାତ୍ରା ପାଇଁ ବାହାରିଲା ପ୍ରଥମ ବ୍ୟାଚ, ସବୁଜ ପତାକା ଦେଖାଇଲେ ପର୍ଯ୍ୟଟନମନ୍ତ୍ରୀ


ଗାଜିଆବାଦ, 15 ଜୁନ୍ (ହି.ସ.)

- ପ୍ରାୟ ପାଞ୍ଚ

ବର୍ଷ ପରେ କୈଳାସ ମାନସରୋବର ଯାତ୍ରା ଇନ୍ଦିରାପୁରମ୍‌ ସ୍ଥିତ କୈଳାସ ମାନସରୋବର ଭବନରୁ ରବିବାର

ସକାଳେ ଆରମ୍ଭ ହୋଇଛି। କୈଳାସ ମାନସରୋବର ପାଇଁ ଯିବା ୫୦ ଜଣ ଯାତ୍ରୀଙ୍କୁ ପର୍ଯ୍ୟଟନ ଓ

ସଂସ୍କୃତି ମନ୍ତ୍ରୀ ଜୟବୀର ସିଂହ ରବିବାର ସକାଳେ ସବୁଜ ପତାକା ଦେଖାଇ ଆରମ୍ଭ କରିଛନ୍ତି ।

ଏହି ଅବସରରେ କ୍ୟାବିନେଟ୍‌

ମନ୍ତ୍ରୀ ସୁନୀଲ ଶର୍ମା, ସାଂସଦ ଅତୁଲ ଗର୍ଗ,

ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ,

ଭାଜପାର ମହାନଗର ଅଧ୍ୟକ୍ଷ ମୟଙ୍କ ଗୋୟେଲ୍ ସହ ଅନେକ

ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।

ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ

ଜୟବୀର ସିଂହ କହିଛନ୍ତି ଯେ ଏହି ଯାତ୍ରା ପ୍ରାୟ ୫ ବର୍ଷ ପରେ ପୁନଃ ଆରମ୍ଭ ହୋଇଛି ଏବଂ ୨୫

ଅଗଷ୍ଟ ପର୍ଯ୍ୟନ୍ତ କୈଳାସ ମାନସରୋବର ଯାତ୍ରୀଙ୍କ ଦଳ ଯାତ୍ରାରେ ଯିବେ। ସେ କହିଛନ୍ତି ଯେ

ଗାଜିଆବାଦର ଇନ୍ଦିରାପୁରମ୍‌ ସ୍ଥିତ କୈଳାସ ମାନସରୋବର ଭବନରେ ୨୮୮ ଜଣ ଯାତ୍ରୀ ପାଇଁ ବସିବାର

ବ୍ୟବସ୍ଥା କରାଯାଇଛି।

ଏହାସହିତ,

ୟୁପିଏସଟିଡିସି ତମାମ ବ୍ୟବସ୍ଥାର ତଦାରଖ କରୁଛି।

ନିର୍ଦ୍ଦେଶ ଦିଆଯାଇଛି ଯେ ଯାତ୍ରୀମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ଓ

ସମସ୍ତ ସୁବିଧା ସମୟ ପୂର୍ବରୁ ଉପଲବ୍ଧ ହେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande