କୋଲକାତା, 15 ଜୁନ୍ (ହି.ସ.)- ବିଜେପି ସାଂସଦ ତଥା
ପୂର୍ବତନ ବିଚାରପତି ଅଭିଜିତ୍ ଗାଙ୍ଗୁଲିଙ୍କର ଶନିବାର ରାତିରେ ହଠାତ୍ ଦେହ ଅସୁସ୍ଥ ହେବା
କାରଣରୁ ତାଙ୍କୁ ଅଲିପୁରର ଗୋଟିଏ ବେସରକାରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ,
ଶନିବାର ଦିନ ଅଭିଜିତ୍ ଗାଙ୍ଗୁଲିଙ୍କର ହଠାତ୍ ବାନ୍ତି
ଓ ପେଟରେ ଭୟଙ୍କର ବ୍ୟଥା ଆରମ୍ଭ ହୋଇଥିଲା। ଏହି ପରିସ୍ଥିତିରେ ତାଙ୍କୁ ଅଲିପୁର ଥିବା ଗୋଟିଏ
ବେସରକାରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାଜପା ସାଂସଦ ବର୍ତ୍ତମାନ ସେଠାରେ ଭର୍ତ୍ତି
ଅଛନ୍ତି। ମେଡିସିନ୍ ବିଭାଗର ଡାକ୍ତରମାନେ ତାଙ୍କର ଚିକିତ୍ସା ନିରୀକ୍ଷଣ କରୁଛନ୍ତି। ସର୍ଜରୀ
ବିଭାଗର ଡାକ୍ତରମାନେ ମଧ୍ୟ ତାଙ୍କ ଉପରେ ନଜର ରଖିଛନ୍ତି।
ଡାକ୍ତରମାନଙ୍କ କହିବା ଅନୁସାରେ,
ତାଙ୍କର ପେଟରେ ଭୟଙ୍କର ବ୍ୟଥା ଥିଲା ଏବଂ ଘରେ ମଧ୍ୟ ଅନେକ
ଥର ବାନ୍ତି କରିଥିଲେ। ସମସ୍ତ ଆବଶ୍ୟକ ତଦନ୍ତ ଆରମ୍ଭ କରାଯାଇଛି। ହସ୍ପିଟାଲ ସୂତ୍ର ମୁତାବକ ଏବେ
ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା