ଉତ୍ତର ପ୍ରଦେଶରେ ଭୟାବହ ସଡକ ଦୁର୍ଘଟଣାରେ 5 ମୃତ, ଜଣେ ଆହତ
ଆମେଠି, 15 ଜୁନ୍ (ହି.ସ.)- ଉତ୍ତର ପ୍ରଦେଶର ଆମେଠି ଜିଲ୍ଲାରେ ରବିବାର ସକାଳେ ଏକ ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଏକ ପିକଅପ୍ ଭ୍ୟାନ ସହ ଧକ୍କା ହୋଇଛି, ଫଳରେ ଆମ୍ବୁଲାନ୍ସରେ ଥିବା 6 ଜଣ ମଧ୍ୟରୁ 5 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଉଦ୍ଧାର ଓ ରେସକ୍ୟୁ କ
ଉତ୍ତର ପ୍ରଦେଶରେ ଭୟାବହ ସଡକ     ଦୁର୍ଘଟଣାରେ 5 ମୃତ, ଜଣେ ଆହତ


ଆମେଠି, 15 ଜୁନ୍ (ହି.ସ.)- ଉତ୍ତର ପ୍ରଦେଶର ଆମେଠି

ଜିଲ୍ଲାରେ ରବିବାର ସକାଳେ ଏକ ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଏକ ପିକଅପ୍ ଭ୍ୟାନ ସହ ଧକ୍କା

ହୋଇଛି, ଫଳରେ ଆମ୍ବୁଲାନ୍ସରେ

ଥିବା 6 ଜଣ ମଧ୍ୟରୁ 5 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ

ଉଦ୍ଧାର ଓ ରେସକ୍ୟୁ କାର୍ଯ୍ୟ ଆରମ୍ଭ କରିଛି ଓ ଦୁର୍ଘଟଣାଗ୍ରସ୍ତ ଯାନକୁ ପୂର୍ବାଞ୍ଚଳ

ଏକ୍ସପ୍ରେସ୍‌ୱେରୁ ହଟାଇ ସଡ଼କ

ଖାଲି କରାଯାଉଛି।

ବଜାର ଶୁକୁଲ୍ ଥାନା ଅଧିକାରୀ

ଅଭିନେଷ କୁମାର କହିଛନ୍ତି ଯେ ଏହି ଘଟଣା ରବିବାର ସକାଳ ପ୍ରାୟ 6ଟା ସମୟରେ ଘଟିଛି । ହରିୟାଣାରୁ

ଏକ ମୃତଦେହକୁ ନେଇ ଏକ ପରିବାର ଆମ୍ବୁଲାନ୍ସ ଯୋଗେ ବିହାର ଯାଉଥିଲେ। ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେ ଉପରେ ସାମ୍ନାରେ ଯାଉଥିବା ପିକଅପ୍ ଭ୍ୟାନ୍‌କୁ

ଆମ୍ବୁଲାନ୍ସ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟାନକ ଥିଲା ଯେ ଆମ୍ବୁଲାନ୍ସ ଭିତରେ ଥିବା 6 ଜଣଙ୍କ ମଧ୍ୟରୁ 5 ଜଣ ଘଟଣାସ୍ଥଳରେ ମୃତ୍ୟୁ ବରଣ

କରିଥିଲେ ଏବଂ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande