କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ଜୟପୁରର ରିଟାୟର୍ଡ ଲେଫ୍ଟିନାଂଟ କର୍ନଲ ପାଇଲଟଙ୍କ ବିୟୋଗ
ଜୟପୁର, 15 ଜୁନ୍ (ହି.ସ.)- ଉତ୍ତରାଖଣ୍ଡର କେଦାରନାଥରେ ରବିବାର ସକାଳେ ଗୋଟିଏ ଭୟଙ୍କର ଦୁର୍ଘଟଣା ଘଟିଛି। ସକାଳ ୫:୨୦ ଟା ପାଖାପାଖି ଗୌରୀକୁଣ୍ଡ ନିକଟରେ ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟଙ୍କ ସହିତ ସମସ୍ତ ୭ ଜଣଙ୍କର ମୃତ୍ୟୁ ଘଟିଛି
କେଦାରନାଥ ହେଲିକପ୍ଟର     ଦୁର୍ଘଟଣାରେ ଜୟପୁରର ରିଟାୟର୍ଡ ଲେଫ୍ଟିନାଂଟ କର୍ନଲ ପାଇଲଟଙ୍କ ବିୟୋଗ


ଜୟପୁର, 15 ଜୁନ୍ (ହି.ସ.)- ଉତ୍ତରାଖଣ୍ଡର

କେଦାରନାଥରେ ରବିବାର ସକାଳେ ଗୋଟିଏ ଭୟଙ୍କର ଦୁର୍ଘଟଣା ଘଟିଛି। ସକାଳ ୫:୨୦ ଟା ପାଖାପାଖି

ଗୌରୀକୁଣ୍ଡ ନିକଟରେ ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା,

ଯେଉଁଥିରେ ପାଇଲଟଙ୍କ ସହିତ ସମସ୍ତ ୭ ଜଣଙ୍କର ମୃତ୍ୟୁ

ଘଟିଛି। ମୃତକମାନଙ୍କ ମଧ୍ୟରେ ପାଇଲଟ୍ ରାଜବୀର ସିଂହ ଚୌହାନ ଜୟପୁରର ଶାସ୍ତ୍ରୀ ନଗରର ବାସିନ୍ଦା

ଥିଲେ।

ରାଜବୀର ସିଂହ ଭାରତୀୟ

ସେନାରୁ ଲେଫ୍ଟିନେଣ୍ଟ କର୍ଣ୍ଣେଲ୍ ପଦରୁ ସେବାନିବୃତ୍ତ ହୋଇଥିଲେ ଓ ପ୍ରାୟ 14 ବର୍ଷଧରି ସେନାରେ

ସେବା ଦେଇଥିଲେ। ସେନାରୁ ରିଟାୟର୍‌ ହେବା ପରେ ସେ ହେଲିକପ୍ଟର ସେବା ଦେଉଥିବା ବେସରକାରି

କମ୍ପାନୀ ଆର୍ଯ୍ୟନ ଏଭିଏସନ୍‌ ସହିତ ଯୋଡ଼ିହୋଇଥିଲେ ଓ କେଦାରନାଥ ଯାତ୍ରାରେ

ଶ୍ରଦ୍ଧାଳୁମାନଙ୍କୁ ସେବା ଦେଉଥିଲେ। ପ୍ରାୟ ଚାରି ମାସ ପୂର୍ବରୁ ସେ ଯମଜ ଶିଶୁର ପିତା

ହୋଇଥିଲେ।

ଗଢ଼ୱାଳ ରେଞ୍ଜ (ଉତ୍ତରାଖଣ୍ଡ) ର ଆଇଜି. ରାଜୀବ ସ୍ୱରୂପ କହିଛନ୍ତି ଯେ ମୃତଦେହଗୁଡ଼ିକର ଚିହ୍ନଟ

କରିବାରେ କଷ୍ଟ ହେଉଛି। ଡିଏନଏ ପରୀକ୍ଷା ପରେ ମୃତଦେହଗୁଡ଼ିକୁ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର

କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande