ଇମ୍ଫାଲ ଇଷ୍ଟରୁ ବିସ୍ଫୋଟକ ଓ ଅସ୍ତ୍ରଶସ୍ତ୍ର ଜବତ
ଇମ୍ଫାଲ, 15 ଜୁନ୍ (ହି.ସ.) -ଇମ୍ଫାଲ୍ ଇଷ୍ଟ ଜିଲ୍ଲାର ୟୈଙ୍ଗାଙ୍ଗପୋକପି ଥାନା ଅଞ୍ଚଳ ଅନ୍ତର୍ଗତ ଥାୟୋଙ୍ଗ ଚିଙ୍ଗୟାଙ୍ଗ ଶାଙ୍ଗ୍ରାନ୍ ଚିଙ୍ଗ ମାଖା ଲାଇକୋଟ କୋମ୍ ଗ୍ରାମରେ ସୁରକ୍ଷା ବାହିନୀର ତଦନ୍ତ ଅଭିଯାନ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ
ଇମ୍ଫାଲ ଇଷ୍ଟରୁ ବିସ୍ଫୋଟକ     ଓ ଅସ୍ତ୍ରଶସ୍ତ୍ର ଜବତ


ଇମ୍ଫାଲ, 15 ଜୁନ୍ (ହି.ସ.)

-ଇମ୍ଫାଲ୍ ଇଷ୍ଟ

ଜିଲ୍ଲାର ୟୈଙ୍ଗାଙ୍ଗପୋକପି ଥାନା ଅଞ୍ଚଳ ଅନ୍ତର୍ଗତ ଥାୟୋଙ୍ଗ ଚିଙ୍ଗୟାଙ୍ଗ ଶାଙ୍ଗ୍ରାନ୍ ଚିଙ୍ଗ

ମାଖା ଲାଇକୋଟ କୋମ୍ ଗ୍ରାମରେ ସୁରକ୍ଷା ବାହିନୀର ତଦନ୍ତ ଅଭିଯାନ ସମୟରେ ବିପୁଳ ପରିମାଣର

ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ପୁଲିସ ମୁଖପାତ୍ର ରବିବାର

କହିଛନ୍ତି ଯେ ଜବତ ସାମଗ୍ରୀ ମଧ୍ୟରେ 12 ବୋର ବୋଲ୍ଟ ଏକ୍ସନ ରାଇଫଲ୍,

12 ବୋର ଏସବିବିବଏଲରାଇଫଲ୍, ପ୍ୟାରା ବମ୍ (51 ମି.ମି.), ନମ୍ବର 36 ହ୍ୟାଣ୍ଡ ଗ୍ରେନେଡ୍, ପୋମ୍ପି ବମ୍, 12 ବୋରର ସଜିବ କାରତୁସ,

ଟିଅର୍ ସ୍ମୋକ୍ ଶେଲ୍ (ମିର୍ଚ୍ଚି ଥିବା) 2ଟି,

ଟିଅର୍ ସ୍ମୋକ୍ ଶେଲ୍ (ସଫ୍ଟ ନୋଜ୍),ରବର ବୁଲେଟ୍ (38 ମି.ମି.

ଏଣ୍ଟି-ରାୟଟ୍), ଟିଅର୍ ସ୍ମୋକ୍

ଗ୍ରେନେଡ୍ ଓ ବିପିଜ୍ୟାକେଟ୍ (ପ୍ଲେଟ୍ ଛାଡି) ରହିଛି । ସୁରକ୍ଷା ବାହିନୀ ଏହି ସମସ୍ତ ବସ୍ତୁକୁ ଜବତ କରି

ଆଗାମୀ ତଦନ୍ତ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande