ନୂଆଦିଲ୍ଲୀ, 15 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଜୁନ୍ 15 ରୁ 19 ପର୍ଯ୍ୟନ୍ତ ତିନି ଦେଶ ଯାତ୍ରାରେ ରହିବେ। ଏହି ସମୟରେ ସେ ସାଇପ୍ରସ୍,
କାନାଡା ଓ କ୍ରୋଏସିଆ ଯିବେ। ସେ କାନାଡାରେ ହେଉଥିବା ଜି-7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ଓ ସେଥିରେ ପ୍ରଧାନମନ୍ତ୍ରୀ
ମାର୍କ କାର୍ନି ସହିତ ଦ୍ୱିପକ୍ଷୀୟ ବୈଠକ
କରିବେ।
ବିଦେଶ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ,
ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି
15-16 ଜୁନ୍ ତାରିଖରେ ସାଇପ୍ରସ୍ ଯିବେ। ଏହି ଯାତ୍ରା ସାଇପ୍ରସ୍ ଗଣରାଜ୍ୟର ରାଷ୍ଟ୍ରପତି
ନିକୋସ୍ କ୍ରିସ୍ଟୋଡୋଲିଡେସଙ୍କ ନିମନ୍ତ୍ରଣରେ ହେଉଛି। ରାଜଧାନୀ ନିକୋସିଆରେ ପ୍ରଧାନମନ୍ତ୍ରୀ
ମୋଦି ଓ ରାଷ୍ଟ୍ରପତି କ୍ରିସ୍ଟୋଡୋଲିଡେସଙ୍କ ମଧ୍ୟରେ ବୈଠକ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା