ଦୁଇଟି ରାସ୍ତା ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ
ଜୟପୁର, 18 ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା କୋଟପାଡ଼ରେ ପୋଲ ତଳକୁ ଖସିଗଲା ବାଇକ୍ । ବାଇକ୍ ରୁ ଖସି ଜଣଙ୍କ ର ମୃତ୍ୟୁ । ଅନ୍ୟ ଜଣେ ଗୁରୁତର ଆହତ । ଭାଜିଗୁଡା ଗ୍ରାମର ଠାକୁରାଣୀ ମନ୍ଦିର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି ।ମୃତକ ହେଉଛନ୍ତି ଫୁପୁଗାଁର ନିଳାମ୍ବର ନାୟକ ଏବଂ ଆହତ ବ୍ୟକ୍ତି ହେଉଛନ୍
ଦୁଇଟି ରାସ୍ତା ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ


ଜୟପୁର, 18 ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା କୋଟପାଡ଼ରେ ପୋଲ ତଳକୁ ଖସିଗଲା ବାଇକ୍ । ବାଇକ୍ ରୁ ଖସି ଜଣଙ୍କ ର ମୃତ୍ୟୁ । ଅନ୍ୟ ଜଣେ ଗୁରୁତର ଆହତ । ଭାଜିଗୁଡା ଗ୍ରାମର ଠାକୁରାଣୀ ମନ୍ଦିର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି ।ମୃତକ ହେଉଛନ୍ତି ଫୁପୁଗାଁର ନିଳାମ୍ବର ନାୟକ ଏବଂ ଆହତ ବ୍ୟକ୍ତି ହେଉଛନ୍ତି ଗୁଡ଼ୁ ଭତରା ବୋଲି ଜଣାଯାଇଛି ।

ଉଭୟ ଗୋଟିଏ ବାଇକ୍ ଯୋଗେ ବୋବେୟା ଗ୍ରାମରୁ ଘରକୁ ଫେରୁଥିବା ବେଳେ ଳେ ଘଟିଛି ଦୁର୍ଘଟନା । ଭାଜିଗୁଡ଼ା ମନ୍ଦିର ନିକଟରେ ହଠାତ୍ ଭାରସାମ୍ଯ ସ୍ଥଳରେ ତଳେ ପଡିଯାଇଥିଲେ । ଘଟଣା ସୁଳ ମୃତ୍ୟୁ ବରଣ କରିଥିଲେ। ଠିକ୍ ଏହି ସମୟରେ କୋଟପା 'ପାଡ଼ ବିଧାୟକ ରୁପୁ ଭତ୍ରା ବୋବେୟା ପଞ୍ଚାୟତର ବିକାଶ ମେଳା କାର୍ଯ୍ୟକ୍ରମ ଯୋଗ ଦେଇ ସେହି ରାସ୍ତା ଦେଇ ଫେରୁଥିବା ସମୟରେ ଦୁର୍ଘଟଣ ଟଣା ଗସ୍ତ ହୋଇ ପଡ଼ିଥ‌ିବା ଆହତଙ୍କୁ ଦେଖ୍ ଗାଡିରୁ ଓଲ୍ଲାହି ଆ ଆହତଙ୍କୁ ଆମ୍ବୁଲାନ୍ସ ଡ଼କାଇ କୋଟପାଡ଼ ମେଡିକାଲରେ ପହଞ୍ଚାଇଥିଲେ, ବିଧାୟକଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲ ଭୁରି ଭୁରି ପ୍ରଶଂସା କରାଯାଉଛି ସେହିପରି ଆଉ ଏକ ଦୁର୍ଘଟଣାରେ ବସ ଚକା ତଳେ ପଶିଗଲା ବାଇକ।

କୋଟପାଡ଼ ନିକଟ ସର୍ଗୀଗୁଡା ଛକ ନିକଟରେ ସଡ଼କ ଦୁର୍ଘଟଣା।ବସ ର ସମ୍ମୁଖ ପଟ ଚକା ମଧ୍ୟରେ ପଶିଗଲା ବାଇକ । ବସ୍ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା। ବାଇକ ଚାଳକ ଗୁରୁତର ଆହତ । ଆହତ ବ୍ୟକ୍ତି ଜଣକ ବୋରିଗୁମ୍ମା ବ୍ଲକ କେରକେଣ୍ଡା ଗ୍ରାମର ସନପତି ଭତରା ବୋଲି ଜଣାପଡ଼ିଛି।ଦୁର୍ଘଟଣାରେ ଗୁରୁତର ଆହତଙ୍କୁ କୋଟପାଡ଼ ମେଡିକାଲରେ ଭର୍ତି କରା ଯାଇଥିଲା । ଅବସ୍ଥା ଗୁରୁତର ଥ‌ିବାରୁ ଆହତ ବ୍ୟକ୍ତି କୁ ଜୟପୁର ସ୍ନିତ୍ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘରୋଇ ବସ୍ ଟି ଉମରକୋଟ ରୁ ଜଗଦଲଲପୁର ଅଭିମୁଖେ ଯାଉଥିବା ବେଳେ ଆହତ ବ୍ଯକ୍ତି ବ୍ୟ ଜଣକ ନି ନିଜ ଗ୍ରାମ କେରକେଣ୍ଡାରୁ ଚିତାଗାଁକୁ ଯାଉଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande