ସମ୍ବଲପୁର, ୨୨ ଜୁଲାଇ (ହି.ସ.) ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ନବୀନ ଦାଶ ଏବଂ ତାଙ୍କ ଧର୍ମପତ୍ନୀ ନିରୁପମା ପଣ୍ଡା ଗତ ୧୯ ତାରିଖ ଦିନ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁର୍ଲା ଭିମ୍ସାରରେ ଚିକିତ୍ସିତ ହେଉଛନ୍ତି । ଏଥିରେ ନବୀନଙ୍କ ଗୁରୁତର ଅବସ୍ଥା ଭିମ୍ସାର୍ ସୁପର ସ୍ପେଶିଆଲିଟି କୋଠା ଆଇସିୟୁରେ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇ ଚିକିତ୍ସା କରାଯାଉଛି । ଅନ୍ୟପଟେ ତାଙ୍କ ପତ୍ନୀ ଙ୍କ ଅବସ୍ଥା ଚିକିତ୍ସା ପରେ ଏବେ ସ୍ଥିର ରହିଥିଲେ ବି ତାଙ୍କୁ ମଧ୍ୟ ଭିମ୍ସାର୍ ଶଲ୍ୟ ବିଭାଗରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଖବର ପାଇଁ ଆଜି ଭିମ୍ସାର୍ କୁ ଆସି ନବୀନ ଏବଂ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ରୋହିତ ପୂଜାରୀ। ଶ୍ରୀ ପୂଜାରୀ ଆଇସିୟୁ କୁ ଯାଇ ସମ୍ବାଦିକ ନବୀନ ଙ୍କ ସ୍ବାସ୍ଥ୍ୟବସ୍ଥା ଦେଖିବା ସହିତ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏହାପରେ ତାଙ୍କ ପତ୍ନୀଙ୍କୁ ଭେଟି ମଧ୍ୟ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ରୋହିତ ପୂଜାରୀଙ୍କ ସହିତ ଜିଲ୍ଲା ବିଜେଡି ଏବଂ ବୁର୍ଲା ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲା ବିଜେଡି ନେତା ବସନ୍ତ ମିଶ୍ର, ପ୍ରଦୀପ କୁମାର ମିଶ୍ର, ଧୀରଜ ଗର୍ଭିଆ, ଅନମୋଲ ଦାଶ, ବବ୍ଲୁ କାଦରୀ, ଦୀପ୍ତି ମଲ୍ଲିକ, ଗୌତମ ବେହେରା, ଟିଟୁ ସାମଲ, ଗୋପୀ ମହାନନ୍ଦ, ସୋହେଲ ଅନ୍ସାରୀ, ଦୀପକ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ