ଧନୁପାଲି ବ୍ଲକର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା

ସମ୍ବଲପୁର, ୨୨ ଜୁଲାଇ (ହି.ସ.)

ଆଜି ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ଧନକଉଡା ବ୍ଲକ ଗସ୍ତ ରେ ଯାଇ କାଳାମାଟି ଗ୍ରାମ ର ଡ୍ରାଗନ ଫଳ(କମଳମ) ଚାଷ, ଗୋଡଭଗା +୩ କଲେଜ, ବସନ୍ତପୁର ଗ୍ରାମ ପଞ୍ଚାୟତ ର ସାହଜଜବାହାଲ ଗ୍ରାମ ର ଟେରାକୋଟା କଳାକୃତି ଘର ପରିଦର୍ଶନ, ଆୟୁଷ ଆରୋଗ୍ଯ କେନ୍ଦ୍ର, ଆଦି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କୁ ସମୀକ୍ଷା କରିଥିଲେ।

ଜିଲ୍ଲାପାଳ ଡ୍ରାଗନ ଫଳ ଚାଷକୁ ପ୍ରୋତ୍ସାହିତ କରିବାକୁ କ୍ଲଷ୍ଟର ଆଧାରିତ ପ୍ରଣାଳୀ ଗଠନ ଏବଂ କୃଷି ପର୍ଯ୍ୟଟନ ଉନ୍ନତି ପାଇଁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ଓଡ଼ିଶା ଜୀବିକା ମିସନ୍ (OLM) ଏବଂ ଓଡ଼ିଶା ରୁରାଲ୍ ଡିଭେଲପମେଣ୍ଟ ଏଣ୍ଡ ମାର୍କେଟିଂ ସୋସାଇଟି (ORMAS) ଙ୍କୁ ଏହି ଉଦ୍ୟମରେ ସଂଯୁକ୍ତ ଭାବେ କାର୍ଯ୍ୟ କରିପାରିବେ ବୋଲି କହିଥିଲେ। ଗୋଡଭଗା +୩ କଲେଜ ର ବିକାଶ ମୂଳକ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଟେରାକୋଟା କଳାକୃତି ଘର ପରିଦର୍ଶନ କରି ସ୍ଥାନୀୟ କାରିଗର ମାନଙ୍କର ଉନ୍ନତ ପ୍ରଶିକ୍ଷଣ ସୁବିଧା ପାଇଁ ପ୍ରସ୍ତାବ ଦେଇଛନ୍ତି ଏବଂ ଗ୍ରାମରେ ସମସ୍ତ ସୁବିଧା ଯୋଗାଇଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସେ ଏହା ସହିତ ବ୍ଲକ ଉନ୍ନୟନ ଅଧିକାରୀ (BDO) କୁ ଗ୍ରାମରେ ମୌଳିକ ସୁବିଧା ଯୋଗାଇଦେବା, ବିଶେଷକରି ସୁଦୃଢ଼ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande