କୋରେଇ, ୧୮ ଜୁନ୍ (ହି.ସ.) - ବୈତରଣୀ ନଦୀରୁ ପ୍ରତିଦିନ ହଜାର ହଜାର ଟ୍ରିପ ଚୋରା ବାଲି ହାଇସ୍ୱା ମାଧ୍ୟମରେ ଜିଲ୍ଲା ତଥା ଜିଲ୍ଲାବାହାରକୁ ଚାଲାଣ ହେଉଥିବା ବେଳେ ରାଜ୍ୟ ସରକାର ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଇଛନ୍ତି। ତେବେ ଯାଜପୁର ଜିଲ୍ଲା ଖଣି ଉପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଜୁନିୟର ଖଣି ଅଧିକାରୀ ସିତେଶ କୁମାର ନାୟକ ପାଣିକୋଇଲି ବଜାର ଉପରେ ଚଢାଉ କରି ଏକ ଚୋରା ବାଲି ବୋଝେଇ ହାଇୱା((ଓଡ଼ି୦୪ଏନ୭୭୩୨)କୁ ଜବତ କରିଥିଲେ। ଉକ୍ତ ଗାଡ଼ିର ମାଲିକ ଏ ନେଇ କୈାଣସି ଜୋରିମାନା ଦେବାକୁ ମନା କରିବାରୁ ଶ୍ରୀ ନାୟକ ଏ ନେଇ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ ଏକ ମାମଲା ୧୫୦/୨୫ ଋଜୁ କରି ଗାଡ଼ିକୁ ଜବତ କରିବା ସହିତ ଚାଳକ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ନୁପୁର ବନ୍ଧ ଗ୍ରାମର ମନୋଜ କୁମାର ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାର ଏଏସଆଇ ସୁମିତ କୁମାର କୁଜୁର ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ