ହଇଜା ମୁକାବିଲା, ଆଜି ୩ଟି ଜିଲ୍ଲା ଗସ୍ତରେ ଯିବ ରାଜ୍ୟ ଟିମ୍
ଭୁବନେଶ୍ୱର, 19 ଜୁନ୍ (ହି.ସ.)- ରାଜ୍ୟରେ ଏକାଧିକ ଜିଲ୍ଲା ହଇଜା ବ୍ୟାପିଛି । ଏହି କ୍ରମରେ ଆଜି ରାଜ୍ୟର ଟିମ୍ 3ଟି ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ ଯିବ । ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତିର ଅନୁଧ୍ୟାନ କରିବ ଟିମ୍ । ଏଠାରେ ସୂଚନାଯୋଗ୍ୟ, ପ୍ରଭାବିତ ଅଞ୍ଚଳକୁ ଗସ୍ତ
ହଇଜା ମୁକାବିଲା, ଆଜି ୩ଟି ଜିଲ୍ଲା ଗସ୍ତରେ ଯିବ ରାଜ୍ୟ ଟିମ୍


ଭୁବନେଶ୍ୱର, 19 ଜୁନ୍ (ହି.ସ.)- ରାଜ୍ୟରେ ଏକାଧିକ ଜିଲ୍ଲା ହଇଜା ବ୍ୟାପିଛି । ଏହି କ୍ରମରେ ଆଜି ରାଜ୍ୟର ଟିମ୍

3ଟି ଜିଲ୍ଲା ଯାଜପୁର, କଟକ ଓ ଭଦ୍ରକ ଗସ୍ତରେ ଯିବ । ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା

ସ୍ଥିତିର ଅନୁଧ୍ୟାନ କରିବ ଟିମ୍ ।

ଏଠାରେ ସୂଚନାଯୋଗ୍ୟ, ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଥିବା କେନ୍ଦ୍ରୀୟ ଟିମ୍ ଗତକାଲି

ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏହାର କାରଣ ଜଣାଇଛନ୍ତି। ଦୂଷିତ ପାଣି ଓ ଖାଦ୍ୟ ଯୋଗୁଁ

ଡାଇରିଆ ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଟିମ୍ ସ୍ପଷ୍ଟ କରିଛନ୍ତି। ଏହାସହ ଡାଇରିଆ ନିୟନ୍ତ୍ରଣ

ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ଟିମ୍ ଜଳର ଉତ୍ସକୁ ଚିହ୍ନଟ କରି ବିଶୋଧନ କରିବା

ଓ ପାଣିକୁ ଫୁଟାଇ ଥଣ୍ଡା କରି ବ୍ୟବହାର କରିବା ଉପରେ କେନ୍ଦ୍ରୀୟ ଟିମ୍ ଗୁରୁତ୍ବ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande