ଭୁବନେଶ୍ୱର, ୧୯ ଜୁନ୍ (ହି.ସ.)- ୧୯ ତାରିଖରେ ଖରାପ ପାଗ ସହିତ ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ପବନର ବେଗ ଘଂଟା ପ୍ରତି ୩୫ରୁ ୪୫ କି.ମି. ତଥା ୫୫ କି.ମି. ପର୍ଯ୍ୟନ୍ତ ପହଂଚିପାରେ । ସମୁଦ୍ର ଅଶାନ୍ତ ରହିପାରେ । ଏଣୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ