ଗୁପ୍ତେଶ୍ୱର ପୀଠ ଠାରେ ଯାତ୍ରୀ ବିଶ୍ରାମ ଗୃହ ପାଇ ଜାଗା ଦେବାକୁ ଦାବୀ
ଜୟପୁର, ୧୯ ଜୁନ୍ (ହି.ସ.) - ଗୁପ୍ତେଶ୍ୱର ପୀଠରେ ଯାତ୍ରୀ ବିଶ୍ରାମ ଗୃହ କରିବାକୁ ଦାବି ହୋଇଛି । ଏନେଇ ଜୟପୁର ଉପ ଜିଲାପାଳ ଙ୍କ କାଯ୍ୟାଳୟରେ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଦାବି ପତ୍ର ଗ୍ରହଣ କରିଛନ୍ତି । ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିର
ଗୁପ୍ତେଶ୍ୱର ପୀଠ ଠାରେ ଯାତ୍ରୀ ବିଶ୍ରାମ ଗୃହ  ପାଇ ଜାଗା ଦେବାକୁ ଦାବୀ


ଜୟପୁର, ୧୯ ଜୁନ୍ (ହି.ସ.) - ଗୁପ୍ତେଶ୍ୱର ପୀଠରେ ଯାତ୍ରୀ ବିଶ୍ରାମ ଗୃହ କରିବାକୁ ଦାବି ହୋଇଛି । ଏନେଇ ଜୟପୁର ଉପ ଜିଲାପାଳ ଙ୍କ କାଯ୍ୟାଳୟରେ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି । ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଦାବି ପତ୍ର ଗ୍ରହଣ କରିଛନ୍ତି । ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଗ୍ରାମ ପଂଚାୟତର ପୁଜାରିପୁଟ, ମାଳିଗୁଡା, ଅଟାଳଗୁଡା, ବାଦୁଡିପାହାଡ, ଆମ୍ବଚାନ୍ଦିଲି, କାଳିଆଝୁଲି, ମାଣ୍ଡେକ ଝରଣ, ଗାଧବାଗୁଡା, ବାଘ ଝୋଲା, ପୁରୁଣାପାଣି,ଗେଲ୍ଲାଗୁଡା, ମାଳିପଦର ଜାମେଲାବେଡାର ଦଣ୍ଡାଖୋଲ ରିଜର୍ଭ ଜଙ୍ଗଲରେ ବସବାସ କରୁଥିବା ଅଧିବାସି ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଗୁପ୍ତେଶ୍ୱର ପୀଠରେ ଆଖ ପାଖ ଅଂଚଳର ଭକ୍ତ ମାନେ ରାତ୍ର ରହିବା ପାଇଁ ଯାତ୍ରୀ ବିଶ୍ରାମଗାରା ନିମନ୍ତେ ୧୫ଟି ସେଂଟ ଜାଗା ଦେବାକୁ ଗୁପ୍ତ ନିମାର, କୁମ ପୁଜରି, ଜଗନ୍ନାଥ ନାୟକ, ସମାରୁ ଭୁମିଆ, ସନିଆ ନାୟକ, ଲଳିତ ଭମିଆ, ଭଗବାନ ଦୋରା ପ୍ରମୁଖ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande