ଭଦ୍ରକ, ୧୮ ଜୁନ୍ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଂଚାୟତ କଇଁସିରା ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା' ସରସ୍ୱତୀ ପୂଜା କମିଟି ପକ୍ଷରୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କମଳାକାନ୍ତ ଲେଙ୍କାଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରୀନ ଓଡ଼ିଶାର ଉପସଭାପତି ଶ୍ରୀଧର ସ୍ୱାଇଁ ଯୋଗଦେଇଥିଲେ। ସାମ୍ପ୍ରତିକ ସମୟରେ ତାପମାତ୍ରା ବଢୁଥିବା ବେଳେ ଏଥିପାଇଁ ଗାଁ ଠୁ ସହର ସବୁଠି ବ୍ୟାପକ ବୃକ୍ଷରୋପଣ ଆବଶ୍ୟକ ବୋଲି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଗ୍ରାମ୍ୟ ରାସ୍ତା ପାର୍ଶ୍ୱ ଓ ଚାରଣ ଭୂଇଁରେ ବିଭିନ୍ନ ପ୍ରକାର ଗଛ ଲଗା ଯାଇଥିଲା। ଏଥିରେ ବିଶ୍ୱନାଥ ଲେଙ୍କା, ଗଣେଶ ବାରିକ, ଓମପ୍ରକାଶ ଲେଙ୍କା, ବିମଲ ଲେଙ୍କା, ସୌମ୍ୟରଞ୍ଜନ ମହାକୁଡ଼, ରୁଦ୍ର ସେନାପତି, ପ୍ରିୟାଂଶୁ ଲେଙ୍କା ପ୍ରମୁଖ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ। ପୂଜା କମିଟିର ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ