ଦେଶୀ ମଦ ସହିତ ଅଟୋ ଜବତ, ଚାଳକ ଗିରଫ
ଭଦ୍ରକ, ୧୮ ଜୁନ୍ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବିନ୍ଧା ବଜାରରୁ ଦେଶୀ ମଦ ସହିତ ଅଟୋ ଜବତ ହୋଇଥିବା ଜଣାପଡ଼ିଛି। ଅବକାରୀ ବିଭାଗର ମୋବାଇଲ୍ ଟିମ୍ କୌଣସି ସୂତ୍ରରୁ ଖବର ପାଇ ବିନ୍ଧା ବଜାରରେ ପହଂଚି ଦେଶୀ ମଦ ସହିତ ଅଟୋକୁ ଜବତ କରିଥିଲା। ଏନେଇ ଅବକାରୀ ବିଭାଗ ପକ୍ଷରୁ ୧୩୪/୨୫
MADA WITH AUTO JABAT


ଭଦ୍ରକ, ୧୮ ଜୁନ୍ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବିନ୍ଧା ବଜାରରୁ ଦେଶୀ ମଦ ସହିତ ଅଟୋ ଜବତ ହୋଇଥିବା ଜଣାପଡ଼ିଛି। ଅବକାରୀ ବିଭାଗର ମୋବାଇଲ୍ ଟିମ୍ କୌଣସି ସୂତ୍ରରୁ ଖବର ପାଇ ବିନ୍ଧା ବଜାରରେ ପହଂଚି ଦେଶୀ ମଦ ସହିତ ଅଟୋକୁ ଜବତ କରିଥିଲା। ଏନେଇ ଅବକାରୀ ବିଭାଗ ପକ୍ଷରୁ ୧୩୪/୨୫ରେ ଏକ ମକଦ୍ଦମା ରୁଜୁ କରାଯାଇ ଅଟୋ ଚାଳକ ବଉଳପାଳ ଗ୍ରାମର ସୁଶାନ୍ତ ଧଳକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଘେଂଟଶ୍ୱରରୁ ଏକ ଅଟୋରେ ୨୦ ପେଟି (୧୦୦ଲିଟର) ଦେଶୀ ମଦ ଆସୁଥିଲା। ଏ ସମ୍ପର୍କରେ ସୂଚନା ପାଇ ଅବକାରୀ ମୋବାଇଲ ଟିମ୍ ଚଢ଼ାଉ କରି ଅଟୋ ସହ ମଦକୁ ଜବତ କରିଥିଲା। ଏହି ଚଢ଼ାଉରେ ଏସଆଇ ରବି ବେହେରା, ଏଏସଆଇ ବିଜୟ କୁମାର ମଲ୍ଲିକ, କନେଷ୍ଟବଳ ସୁବାଶିଷ ରାଉତ, ମିଥୁନ ଜେନା, ବିଭୂ ପ୍ରସାଦ ମଲିକ ପ୍ରମୁଖ ସାମିଲ ଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande