ନାବାଳିକା ଦୁଷ୍କର୍ମ ଘଟଣା: ଅନୁକମ୍ପା ସହାୟତା ସହ କ୍ରାଇମବ୍ରାଂଚ ତଦନ୍ତ ଦାବୀକଲା କଂଗ୍ରେସ
କେନ୍ଦୁଝର, ୧୮ ଜୁନ୍ (ହି.ସ.) - ଗତକାଲି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏକ ନାବାଳିକାର ମୃତ ଦେହ ଉଦ୍ଧାର ହୋଇଥିଲା। ଉକ୍ତ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘରଲୋକ ଅଭିଯୋଗ ପରେ ପୋଲିସ ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ମହିଳା ସ
Congress press meet


କେନ୍ଦୁଝର, ୧୮ ଜୁନ୍ (ହି.ସ.) - ଗତକାଲି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଏକ ନାବାଳିକାର ମୃତ ଦେହ ଉଦ୍ଧାର ହୋଇଥିଲା। ଉକ୍ତ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘରଲୋକ ଅଭିଯୋଗ ପରେ ପୋଲିସ ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ମହିଳା ସୁରକ୍ଷା ନେଇ ତେଜିଛି ରାଜନୀତି। ଆଜି ଘଟଣା ସ୍ଥଳକୁ ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗ୍ରସ୍ତ କରିଥିଲେ। ଏହି ପ୍ରତିନିଧି ଦଳରେ ରାଜ୍ୟ କଂଗ୍ରେସ ସାଧାରଣ ସଂପାଦକ ସୁବର୍ଣ୍ଣ ନାଏକ, ରାଜ୍ୟ ଆଦିବାସୀ ସେଲ ଅଧକ୍ଷ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପୁର୍ବତନ ରାଜ୍ୟ କଂଗ୍ରେସ ସମ୍ପାଦକ ସଂଗ୍ରାମ ଦାସ ,ମହିଳା କଂଗ୍ରେସ ନେତ୍ରୀ ସଂଗୀତା ସିଂଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଉକ୍ତ ପ୍ରତିନିଧି ଦଳ ଘଟଣା ସ୍ଥଳ ପରିଦର୍ଶନ କରି ଜିଲ୍ଲା କଂଗ୍ରେସ ଭବନ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଥିଲେ। ରାଜ୍ୟରେ ବିଜେପି ସରକାର ହେବା ପରଠାରୁ ମହିଳା ନିର୍ଯ୍ୟାତନା ମାମଲା ବୃଦ୍ଧି ପାଉଥିବା ନେଇ ଅଭିଯୋଗ କରିଥିଲେ କଂଗ୍ରେସ ନେତା। ପଣ୍ଡାପଡ଼ା ଥାନା ଅନ୍ତର୍ଗତ ହୋଇଥିବା ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ପୀଡ଼ିତାକୁ ଦଶ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ସହ ନିରପେକ୍ଷ ତଦନ୍ତ ପାଇଁ କ୍ରାଇମ ବ୍ରାଂଚ ଦ୍ୱାରା ତଦନ୍ତ ଦାବି କରିଥିଲା କଂଗ୍ରେସ। ନହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ଠପ୍ କରିବାକୁ ଚେତାବନୀ ଦେଇଛି କଂଗ୍ରେସ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande