୨ଟି ସନ୍ତାନ ଆଇନ ଲାଗୁ ନିମେନ୍ତ ବିଡିଓଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା, ୧୧ ଜୁଲାଇ(ହି.ସ.) – ଡେରାବିଶ ବ୍ଲକ ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ରାଜ୍ୟ ସମ୍ପାଦିକା ମଞ୍ଜୁଲତା ମଲ୍ଲିକଙ୍କ ନେତୃତ୍ୱରେ ସସ୍ମିତା ମହାନ୍ତି, ଖଗେଶ୍ୱର ସେନାପତି, ରବୀନ୍ଦ୍ର କୁଣ୍ଡ ,ପ୍ରତାପ କୁମାର ଦାଶ ପ୍ରମୁଖ ଶତାଧିକ ବ୍ୟକ୍ତି ଭେଟି ଦେଶରେ ସ
୨ଟି ସନ୍ତାନ ଆଇନ ଲାଗୁ ନିମେନ୍ତ ବିଡିଓଙ୍କୁ ଦାବିପତ୍ର


କେନ୍ଦ୍ରାପଡ଼ା, ୧୧ ଜୁଲାଇ(ହି.ସ.) – ଡେରାବିଶ ବ୍ଲକ ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ରାଜ୍ୟ ସମ୍ପାଦିକା ମଞ୍ଜୁଲତା ମଲ୍ଲିକଙ୍କ ନେତୃତ୍ୱରେ ସସ୍ମିତା ମହାନ୍ତି, ଖଗେଶ୍ୱର ସେନାପତି, ରବୀନ୍ଦ୍ର କୁଣ୍ଡ ,ପ୍ରତାପ କୁମାର ଦାଶ ପ୍ରମୁଖ ଶତାଧିକ ବ୍ୟକ୍ତି ଭେଟି ଦେଶରେ ସବୁ ନାଗରିକ ମାନଙ୍କ ପାଇଁ କିପରି ଆଗାମୀ ଦିନରେ କେନ୍ଦ୍ରସରକାର ତୁରନ୍ତ ସମାନ ସଂହିତା ଆଇନ ପ୍ରଣୟନ ଏବଂ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକ ବା ବ୍ୟକ୍ତି ବିଶେଷମାନଙ୍କୁ ଦୁଇଟି ଶାନ୍ତାନର ଅଧିକାରୀ ହେବା ନିମନ୍ତେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ ବା ଲାଗୁ କରିବା ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande