ସମ୍ବଲପୁର, ୧୧ ଜୁଲାଇ (ହି.ସ.)
ଚଳିତ ବର୍ଷା ଋତୁରେ ବନ୍ୟା, ଜଳାବଧି, ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କୁ ଟୋଲ ଫ୍ରି ନମ୍ବର ସମ୍ପର୍କରେ ସୂଚନା ଦେଇଛନ୍ତି । ନିମ୍ନଲିଖିତ ନମ୍ୱରରେ ୧୦୭୭ /୧୮୦୦୩୪୫୬୭୨୩ ଓ ୦୬୬୩୨୪୧୨୪୦୭ରେ ଯୋଗାଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଚଳିତ ବନ୍ୟା ସମୟରେ କିମ୍ବା ଅନ୍ୟ କୌଣସି ଆପାତକାଳୀନ ପରିସ୍ଥିତିରେ ସଚେତନ ଓ ସତର୍କ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି ଟୋଲ ଫ୍ରୀ ନମ୍ବର ବିଷୟରେ ସୂଚନା ଜଣାଇ ସୁରକ୍ଷିତ ଜୀବନ ଯାପନ ପାଇଁ ସତର୍କ କରାଇଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ