‘ଶ୍ରୀ ଜଗନ୍ନାଥ ଆଂଚଳିକ ରଜ ମହୋତ୍ସବ’ ପକ୍ଷରୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୧୮ ଜୁନ୍ (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ପଂଚାୟତ ଅନ୍ତର୍ଗତ କପାଳୀକ୍ଷେତ୍ର, ନିମାପଡ଼ା ଠାରେ ଶ୍ରୀ ଜଗନ୍ନାଥ ଆଂଚଳିକ ରଜ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ
SRI JAGANNATH ANCHALIKA RAJA MOHASTAV


ଭଦ୍ରକ, ୧୮ ଜୁନ୍ (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ପଂଚାୟତ ଅନ୍ତର୍ଗତ କପାଳୀକ୍ଷେତ୍ର, ନିମାପଡ଼ା ଠାରେ ଶ୍ରୀ ଜଗନ୍ନାଥ ଆଂଚଳିକ ରଜ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ଅନୁଷ୍ଠାନ ର ଉତୋରତର କାମନା କରିବା ସହ କମିଟି ର ସମସ୍ତ କର୍ମକର୍ତା, ସଦସ୍ୟ ବୃନ୍ଦ ଓ ଅଂଚଳ ବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ଏବଂ ଉକ୍ତ କମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଅଛି। ଉକ୍ତ ଉତ୍ସବରେ ସର୍ବ ପ୍ରଥମେ ଅତିଥି ମାନଙ୍କୁ ମଂଚ ଆବାହନ ଓ ପରିଚୟ ପ୍ରଦାନ କରିଥିଲେ ବିଶିଷ୍ଟ ସମାଜସେବୀ ଅଜୟ କୁମାର ପୃଷ୍ଟି। ଉପସ୍ଥିତ ଥିଲେ କମିଟିର ସଭାପତି ଶୁଭେନ୍ଦୁ କୁମାର ମିଶ୍ର, ଉପସଭାପତି ହୃଷିକେଶ ମିଶ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ସହ ସମ୍ପାଦକ ଶ୍ୟାମ ସୁନ୍ଦର ଜେନା, ବରିଷ୍ଠ ସଦସ୍ୟ ଭାଗିରଥି ସେଠି, କୋଷାଧ୍ୟକ୍ଷ ସନାତନ ସେଠୀ, ଉପଦେଷ୍ଟା ନାରାୟଣ ସାମଲ, ସକ୍ରୀୟ ସଦସ୍ୟ ଅର୍ଜୁନ ଚରଣ ବାରିକ, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ବିଜୁ ଛାତ୍ର ଜନତା ଦଳର ବନ୍ତ ବ୍ଲକ ପୂର୍ବତନ ସଭାପତି ପ୍ରଣବ କିଶୋର ଲେଙ୍କା ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ବୃନ୍ଦ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande