ତିହିଡ଼ି ବଜାରରେ ବିଭିନ୍ନ ଦୋକାନରେ ଖାଦ୍ୟର ମାନ ଯାଂଚ କଲା ପ୍ରଶାସନ
ଭଦ୍ରକ, ୧୮ ଜୁନ୍ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ଜିଲାପାଳ ଦିଲୀପ ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟର ମାନ ଯାଂଚ କରାଯାଇଛି। ବଜାରରେ ଥିବା ହୋଟେଲ, ରେଷ୍ଟୁରାଂଟ, ଫାଷ୍ଟଫୁଡ୍‌, ଚାଟ୍‌, ଗୁପ୍‌ଚୁପ୍ ଇତ୍ୟା ଦୋକାନର
TIHIDI KHADYARA MANA JANCH


ଭଦ୍ରକ, ୧୮ ଜୁନ୍ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ଜିଲାପାଳ ଦିଲୀପ ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟର ମାନ ଯାଂଚ କରାଯାଇଛି। ବଜାରରେ ଥିବା ହୋଟେଲ, ରେଷ୍ଟୁରାଂଟ, ଫାଷ୍ଟଫୁଡ୍‌, ଚାଟ୍‌, ଗୁପ୍‌ଚୁପ୍ ଇତ୍ୟା ଦୋକାନରେ ଥିବା ସମସ୍ତ ଖାଦ୍ୟ ପଦାର୍ଥକୁ ପ୍ରଶାସନ ଯାଂଚ କରିଥିଲା। ଯାଂଚ ବେଳେ ଦୋକାନୀ ମାନଙ୍କୁ ବାସି ଖାଦ୍ୟ ନରଖିବା ପାଇଁ ସତର୍କ କରାଯାଇଥିଲା। ଏଥି ସହିତ ଦୋକାନର ବାସନ କୁସନ, ପରିବେଶକୁ ସ୍ୱଚ୍ଛ ରଖିବା ସହିତ ହାତୁଧୁଆ ସ୍ଥାନ ପରିସ୍କାର ରଖିବା, ଦୋକାନ ପାଶ୍ୱର୍ରେ ଯାଇଥିବା ନାଳ ନର୍ଦ୍ଦମାରେ ବ୍ଲିଚିଂ ଓ ଫିନାଇଲ ପକାଇବା, ଦୋକାନର ଚତୁର୍ପାଶ୍ୱକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପ୍ରଶାସନ ପକ୍ଷରୁ ଦାଗିଦ କରାଯାଇଥିଲା। କେତେକ ଦୋକାନରେ ଥିବା ବାସି ଖାଦ୍ୟକୁ ମଧ୍ୟ ପ୍ରଶାସନ ନଷ୍ଟ କରିଦେଇଥିବା ଜଣାଯାଇଛି। ଆଗାମୀ ଦିନରେ କେହି ଦୋକାନୀ ବାସି ଖାଦ୍ୟ ରଖିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇ ଦିଆଯାଇଥିଲା। ଏହି ଯାଂଚ ପ୍ରକୟିୟାରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ନିରଂଜନ ବାରିକ, ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ଏମଆଇ ପ୍ରିତେଶ ସାମଲ, ଜୀବିକା ମିଶନ ବିପିଏମ ରଶ୍ମିତା ନାୟକ, ପୁଲିସ ଏଏସଆଇ ପାର୍ଥ ବେହେରା, ସ୍ୱାସ୍ଥ୍ୟକେନ୍ଦ୍ର ସୁପର ଭାଇଜର ଅମରେନ୍ଦ୍ର ପୃଷ୍ଟି, ଅଙ୍ଗନୱାଡ଼ି ସୁପର ଭାଇଜର ପଦ୍ମାଳୟା ମହାନ୍ତି ପ୍ରମୁଖ ସାମିଲ ଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande