ବିଧବା ମହିଳା ଙ୍କ ଦୁଖ ଅଢେଇ ମାସ ହେଲା ଶୁଣୁନି ପାଟଣା ଥାନା
ବିଧବା ମହିଳା ଙ୍କ ଦୁଖ ଅଢେଇ ମାସ ହେଲା ଶୁଣୁନି ପାଟଣା ଥାନା
ବିଧବା ମହିଳା ଙ୍କ ଦୁଖ ଅଢେଇ ମାସ ହେଲା ଶୁଣୁନି ପାଟଣା ଥାନା


ପାଟଣା (କେନ୍ଦୁଝର),୧୮ ଜୁନ (ହିସ) - ଜଣେ ବିଧବା ମହିଳା ଯେ କି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଁଁଚଳରେ ରୁହନ୍ତି । ତାଙ୍କ ନାବାଳିକା ଝିଅକୁ ପାଖ ହରିଚନ୍ଦନପୁର ଥାନା ଅଁଚଳର ଜଣେ ଯୁବକ ନାନା ସ୍ୱପ୍ନ ଦେଖାଇ ଅଢେଇ ମାସ ତଳୁ କେଉଁ ଆଡେ ନେଇଯାଇଛନ୍ତି । ସେ ନେଇ ପାଟଣା ଥାନାରେ ବାପ ଛେଉଣ୍ଡ ନାବାଳିକା ଝିଅର ମା ଦିପ୍ତି ମୟୀ ପତି ଗତ ଏପ୍ରିଲ ମାସ ୨ତାରିଖରୁ ପାଟଣା ସଂପର୍କରେ ଥାନାରେ ଏତଲା ଦେଇଥିଲେ ବି ଥାନା ବାଲା ଆଜି ଯାଏ ତାଙ୍କର ଏକଥାବୁଝିନଥିବା ଅଭିଯୋଗ ହୋଇଛି । ସଂପୃକ୍ତ ମହିଳା ଜଣକ ଥାନାରେ ଦେଇଥିବା ଲିଖିତ ଅଭିଯୋଗ କଲା ପରେ ପୁଲିସି କେବଳ ବିଏନଏସ ୨୦୨୩ ଅନୁଶାରେ ଧାରା ୧୩୭(୨) ରେ ମାମଲା ରୁଜୁ କରିଦେଇ ଚୁପ ହୋଇ ବସିଛି । ମହିଳା ଜଣଙ୍କକହିବା ଅନୁଶାରେ ଝିଅ କୁ ୧ ଏପ୍ରିଲ ୨୦୨୫ ସନ୍ଧ୍ୟାରେ ପାଖ ଗ୍ରାମ ଠାକୁରପଡା ,ଥାନା ହରିଚନ୍ଦନପୁର ର ଅମର ମହାନ୍ତ ନାମକ ଯୁବକକେଉଁ ଆଡେ ନେଇ ଚାଲିଯାଇଛି । ଅଭିଯୁକ୍ତ ଯୁବକ ଅତିତରେ ଗୋଟିଏ ନାବାଳିକା ଝିଅକୁ ଏମିତି ବାହା ହୋଇଥିଲା, ପରେ ବିବାଦ ହେବାରୁ ତାକୁ ଛାଡି ଦେଇଥିଲା, ବିଭିନ୍ନ ସମୟରେ ଏମିତି ନାବାଳିକା ଝିଅ ମାନଙ୍କୁ ଜାଲରେ ଫସାଇବା ଏଯୁବକ ର ଅଭ୍ୟାସ ଓ ସେ ଆଦୌ ଭଲପିଲା ନେହେଁ ବୋଲି ନାବାଳିକାର ମା କହିଛନ୍ତି । ଏହି ଘଟଣା ସଂପର୍କ ଅପହରଣକାରୀ ଯୁବକର ମା ଓ ବାପା ସବୁ କଥା ଜାଣନ୍ତି ସେମାନଙ୍କୁ ପୁଲିସି ଧରି ସଠିକ ହିସାବରେ ପଚରା ଉଚରା କଲେ ସବୁ କଥା ଜଣାପଡିଜିବ ବୋଲି ଅପହୃତାର ମା କହିଛନ୍ତି । ନିଜ ଝିଅର ଏଭଳି ଘଟଣାକୁ ନେଇମହିଳା ଜଣକଥାନାରେ ଜଣାଇବା ସହ ଚାରିଆଡେ ଖୋଜା ଖୋଜି କଲାପରେ ବି ଝିଅର କୌଣସି ଖବର ପାଇପାରୁନାହାନ୍ତି । ଥାନା ବାଲା ଙ୍କୁ ପଚରିିବାରୁ ସେମାନେ ମଧ୍ୟ କିଛି କହୁନାହାନ୍ତି, ତେଣୁ ନିରିହା ବିଧବା ମହିଳା ଜଣକ ମାନସିକ ଚାପରେ ରହିଥିବା ଅଭିଯେଗ ହୋଇଛି । ଅପହୃତ ଝିଅଟି ବୟସ ମାତ୍ର ୧୭ ବର୍ଷ ସେ ଏବେ ନାବାଳିକା ତେଣୁ ଏ ଦିଗକୁ ପୁଲିସି ଗୁରୁତ୍ୱ ଦେବାକୁ ଆଖ ପାଖ ଲୋକେ କହୁଥିଲେ ବି ସମସ୍ତେ ନିରବ । ଏହି ଘଟଣା ଆମ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାର, ସବୁ ବେଳେ ସରକାର କହିଛନ୍ତି ମହିଳା ମାନଙ୍କୁ ପୁଲିସି ଯେଭଳି ହଇରାଣ ହରକତ ନକରି ନ୍ୟାୟ ଦେବାକୁ ଉଦ୍ୟମ କରିବେ, କିନ୍ତୁ କେନ୍ଦୁଝର ଜିଲ୍ଲା ପୁଲିସି ଅଧିନରେ ଥିବା ପାଟଣା ପୁଲିସ ଏହି ମହିଳା ଜଣକୁ ଅଢେଇ ମାସ ହେଲା କି ନ୍ୟାୟ ଦେଉଛି ତାହା ମୁଖ୍ୟମନ୍ତ୍ରୀ ବିଚାର କରିବାକୁ ଦାବି ହେଉଛି ।

---------------

---------------

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande