ଗଣଧର୍ଷଣ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା କଂଗ୍ରେସ
ଭୁବନେଶ୍ୱର, ୧୮ ଜୁନ (ହି.ସ.)- ଗଞ୍ଜାମ ଜିଲ୍ଳାର ଗୋପାଳପୁର, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, କଟକର ବାରଙ୍ଗ ଓ ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ୍‌ରେ ଯେଉଁ ଲୋମହର୍ଷଣକାରୀ ଗଣଧର୍ଷଣ ହୋଇଛି ତା’ର ପ୍ରତିବାଦରେ ବୁଧବାର ରାଜ୍ୟ କଂଗ୍ରେସର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦେଶ କଂଗ୍ରେସ

ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ସାରା ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ମହିଳାମାନଙ୍କ ପ୍ରତି ଘଟୁଥିବା

ଅପରାଧ ସମସ୍ତ ଜାତୀୟ ରେକର୍ଡକୁ ଭାଙ୍ଗି ସାରିଲାଣି। ଏହା ଡବଲ ଇଞ୍ଜିନ ସରକାରର ସବୁଠାରୁ ବଡ଼ ସଫଳତା କି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ କଂଗ୍ରେସ ଅନବରତ ଲଢ଼େଇ କରିଆସୁଛି। ମନୁବାଦୀ ଚିନ୍ତାଧାରାର ଦଳ ବିଜେପି ମହିଳାମାନଙ୍କୁ ବସ୍ତୁ ଭାବରେ ବିବେଚନା କରେ। କଂଗ୍ରେସ ଦଳ ଏ ଘଟଣାକୁ ନେଇ ବିଧାନସଭା ଭିତରେ ପୁନର୍ବାର ପ୍ରଶ୍ନ ଉତ୍‌ଥାପନ କରିବ। ଗୋପାଳପୁରରେ ଜଣେ ୨୦ ବର୍ଷର +୩ ଛାତ୍ରୀଙ୍କୁ ୧୦ ଜଣ ଗଣଦୁଷ୍କର୍ମ କଲେ। ଘଟଣା ଘଟିବାର ୪ଦିନ ପରେ ଏହା ଲୋକଲୋଚନକୁ ଆସିଲା। ଆନ୍ଦୋଳନ ରତ ଏଆଇସିସି ପ୍ରଭାରୀ ଶ୍ରୀ ଅଜୟ ଲଲ୍ଲୁଙ୍କ ସହ ଅନ୍ୟାନ୍ୟ କଂଗ୍ରେସ ନେତୃବୃନ୍ଦଙ୍କୁ ଭ୍ୟାନ ଯୋଗେ ଘଟଣାସ୍ଥଳରୁ

ଉଠାଇ ନେଇଥିଲା।

ଏହି ଘେରାଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ସୁରେଶ ରାଉତରାୟ, ରଞ୍ଜୀବ ବିଶ୍ୱାଳ, ବିଧାୟକ ଅଶୋକ ଦାସ, ସମୀର ରାଉତରାୟ, ସୋଫିଆ ଫିର୍ଦ୍ଦୋଶ, ମିନାକ୍ଷୀ ବାହିନୀପତି, ନବଜ୍ୟୋତି ପଟ୍ଟନାୟକ, ରଣଜିତ ପାତ୍ର, ୟାସିର ନୱାଜ, ଉଦିତ ପ୍ରଧାନ, ସୁବ୍ରତ ମହାପାତ୍ର, ପ୍ରକାଶ ମିଶ୍ର, କୁସୁମ ପ୍ରଧାନ, ଅରବିନ୍ଦ ଦାସ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଦେବାଶିଷ ମହାପାତ୍ର, ସ୍ପନ୍ଦନ ସ୍ୱାଇଁ ଓ ଅନ୍ୟ ନେତୃବର୍ଗ ଓ କଂଗ୍ରେସ କର୍ମୀମାନେ ଯୋଗଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande