ଭୁବନେଶ୍ୱର, 18 ଜୁନ୍ (ହି.ସ.)- ୨୦୨୫
କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଓ ବାଲ ସାହିତ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା
ସୁବ୍ରତ କୁମାର ସେନାପତି ଏବଂ ରାଜକିଶୋର ପାଢୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ
ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ୨୦୨୫ କେନ୍ଦ୍ର
ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଓ ବାଲ ସାହିତ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସୁବ୍ରତ
କୁମାର ସେନାପତି ଏବଂ ରାଜକିଶୋର ପାଢୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଉଭୟଙ୍କ ଏହି
ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ। ମହାପ୍ରଭୁଙ୍କ ନିକଟରେ ଉଭୟଙ୍କ ଉଜ୍ଜ୍ଵଳ
ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା