ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ହେବେ ୧୩୩ ପ୍ଲାଟୁନ ପୋଲିସ
ଭୁବନେଶ୍ୱର, ୧୮ ଜୁନ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତକୁ ନେଇ କମିଶନରେଟ୍ ପୋଲିସର ସମୀକ୍ଷା ବୈଠକ ପୋଲିସ କମିଶନର ସୁରେଶ ଦେବଦତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ପୋଲିସ କମିଶନର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୧୩୩ ପ୍ଲାଟୁନ ପୋଲିସ ଫୋର୍
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ହେବେ ୧୩୩ ପ୍ଲାଟୁନ ପୋଲିସ


ଭୁବନେଶ୍ୱର, ୧୮ ଜୁନ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତକୁ ନେଇ କମିଶନରେଟ୍ ପୋଲିସର ସମୀକ୍ଷା ବୈଠକ ପୋଲିସ କମିଶନର ସୁରେଶ ଦେବଦତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକ ପରେ ପୋଲିସ କମିଶନର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏହାସହ ୫୯ଜଣ ଡିସିପି ରାଙ୍କର ଅଫିସର, ୩୩ଜଣ ଅତିରିକ୍ତ ଡିସିପି,୯୩ଜଣ ଡ଼ିଏସପି, ୧୦୬ଜଣ ଇନ୍ସିପେକ୍ଟର ଏବଂ ୪୫୦ଜଣ ଅନ୍ୟ ପୋଲିସ କର୍ମଚାରୀ ମାନେ ନିୟୋଜିତ ରହିବେ । ଭୁବନେଶ୍ୱର ବିମାନବନ୍ଦରରୁ ଏଜି ଛକ, ଏଜି ଛକରୁ ରାଜଭବନ, ରାଜଭବନ ଗୋଲେଇରୁ ଜୟଦେବ ବିହାର ଏବଂ ଜୟଦେବବିହାର ଛକରୁ ଜନତା ମୈଦାନ ଏହିଭଳି ରହିବ ପ୍ରଧାନମନ୍ତ୍ରୀଙ୍କ ରୁଟ ଲାଇନ୍‌।ରୁଫ୍ ଟପ୍ ସୁରକ୍ଷା ବ୍ୟବସ୍ଥା ସହ ସାଧା ପୋଷାକରେ ପୋଲିସ ଅଫିସର ନିୟୋଜିତ ରହିବେ । ସେଂଟ୍ରାଲ ଏଜେନ୍ସିଙ୍କ ସହ କମିସନରେଟ ପୋଲିସ ମିଶି ସୁରକ୍ଷା ବ୍ୟବସ୍ଥା ଯାଂଚ କରାଯାଉଛି ବୋଲି କହିଛନ୍ତି ପୋଲିସ୍ କମିଶନର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande