ଚୋରି ମାମଲାରେ ୨ ଅଭିଯୁକ୍ତ ଗିରଫ
ଜୟପୁର, ୧୯ ଜୁନ୍ (ହି.ସ.)- ଚୋରି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ଓଡିଆମେଦ୍ରି ସାହିର ହରି ନାଗ ଓ ଖାଲ ସାହିର ସୁବାସ ହରିଜନ । ସୂଚନା ଅନୁଯାୟୀ, ଜୟପୁର ସହର ଦଳେଇ ସାହିରେ ରହୁଥିବା କେ ସୁରେଶଙ୍କ ଘରେ ଗତ ଅଗଷ୍ଟ ୨୦୨୪ ରେ ଚୋ
ଚୋରି ମାଲାରେ ୨ ଅଭିଯୁକ୍ତ ଗରଫ


ଜୟପୁର, ୧୯ ଜୁନ୍ (ହି.ସ.)- ଚୋରି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ଓଡିଆମେଦ୍ରି ସାହିର ହରି ନାଗ ଓ ଖାଲ ସାହିର ସୁବାସ ହରିଜନ ।

ସୂଚନା ଅନୁଯାୟୀ, ଜୟପୁର ସହର ଦଳେଇ ସାହିରେ ରହୁଥିବା କେ ସୁରେଶଙ୍କ ଘରେ ଗତ ଅଗଷ୍ଟ ୨୦୨୪ ରେ ଚୋରି ହୋଇଥିଲା । ଏନେଇ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ୨୪୫/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୦ ହଜାର ଟଙ୍କା, ସୁନା କାନଫୁଲକୁ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟଚାଲାଣ କରିଥିବା ବିଷୟ ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande