ବଲାଙ୍ଗୀର, ୧୯ ଜୁନ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଖଡ଼ା ବାଲିଘାଟରେ ପ୍ରଶାସନ ଚଢ଼ାଉ କରିଛି। ଏହି ସମୟରେ ଟ୍ରାକ୍ଟରରେ ବାଲି ଲୋଡ୍ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ମାଫିଆମାନେ ୩ଟି ଟ୍ରାକ୍ଟର ଛାଡ଼ି ଫେରାର୍ ମାରିଥିଲେ। ତେବେ ସମସ୍ତ ଟ୍ରାକ୍ଟର ପୁରୁଣା ରସିଦ ରଖି ବେଆଇନ ବାଲି ଚାଲଣ କରୁଥିବା ଜଣାପଡ଼ିଛି। ସେହିପରି ନିକଟ ପୋଲ ଉପରେ ଏକ ପଥର ବୋଝୋଇ ହାଇୱା ଗାଡ଼ି ବଲାଙ୍ଗୀର ପଟରୁ ତୁଷୁରା ପଟକୁ ଆସୁଥିଲା। ଏହି ସମୟରେ ଉକ୍ତ ଗାଡ଼ିକୁ ଅଟକାଇ ଯାଂଚ କରାଯିବାରୁ ଆବଶ୍ୟକ କାଗଜପତ୍ର ନଥିବାରୁ ବେଆଇନ ଦର୍ଶାଇ ଖଣି ବିଭାଗ ପକ୍ଷରୁ ଥାନାରେ ଜିମା ଦିଆଯାଇଛି। ତେବେ ଉକ୍ତ ପଥର ବୋଝୋଇ ହାଇୱା ଗାଡ଼ିଟି ଦେଓଗାଁ ପଟ କ୍ରସରକୁ ଯାଉଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ