ରକ୍ତଦାନ ଶିବିର ଅନୁଷ୍ଠିତ, ୩୩ ୟୁନିଟ ରକ୍ତ ସଂଗ୍ରହ
ଜୟପୁର, ୧୯ ଜୁନ୍ (ହି.ସ.) - ଜୟପୁର ବ୍ଲକ ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଛି । ଏଠାରେ ବ୍ଲକ ଅଧ୍ୟକ୍ଷା ତୁଳୋତମା ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ମେଡିକାଲ ଅଫିସର ସ୍ୱାସ୍ତିକ ମହଲା, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରି ଧରିତ୍ର
ରକ୍ତଦାନ ଶିବିର ଅନୁଷ୍ଟିତ, ୩୩ ୟୁନିଟ ରକ୍ତ ସଂଗ୍ରହ


ଜୟପୁର, ୧୯ ଜୁନ୍ (ହି.ସ.) - ଜୟପୁର ବ୍ଲକ ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଛି । ଏଠାରେ ବ୍ଲକ ଅଧ୍ୟକ୍ଷା ତୁଳୋତମା ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ମେଡିକାଲ ଅଫିସର ସ୍ୱାସ୍ତିକ ମହଲା, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରି ଧରିତ୍ରି ମୁଦୁଲି, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଦିପାନିତା ପଟ୍ଟନାୟକ ଉପସ୍ଥିତ ଥିଲେ । ଡାକ୍ତର ଗ୍ରାମବାସୀ ଓ ଚିକିତ୍ସାଳୟର କର୍ମଚାରି, ରୋଗି କଲ୍ୟାଣ ସମିତିର ସଦସ୍ୟ ରକ୍ତଦାନ କରିଥିଲେ । ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଦିନ ୧୦ଟା ଆରମ୍ଭ ହୋଇଥିବା ଏହି ରାକ୍ତ ଦାନ ଶିବିର ଅପରାହ୍ନ ୪ଟାରେ ଶେଷ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande