ଗଞ୍ଜାମ, ୧୯ ଜୁନ୍ (ହି.ସ.)- ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ପିତଳ ପଂଚାୟତ ସରପଂଚ ରାମରାଘବ ପାତ୍ରଙ୍କ ଉପରେ ଆଜି ସଂନ୍ଧ୍ୟାରେ ପିତଳ ବାତ୍ୟା ଆଶ୍ରୟସ୍ଥଳି ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି । ରାଜନୈତିକ ଶତୃତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ଘଟଣାରେ ପଂଚାୟତ ବାହାରରୁ କିଛି ଲୋକଙ୍କୁ ମଧ୍ୟ ଭଡ଼ାରେ ଆଣି ଏହି ଆକ୍ରମଣରେ ସାମିଲ୍ କରାଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସରପଂଚଙ୍କୁ ହିଞ୍ଜିଳିକାଟୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ସରପଂଚ ରାମରାଘବଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏ ସଂକ୍ରାନ୍ତରେ ହିଞ୍ଜିଳିକାଟୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ