ସମ୍ବଲପୁର, ୧୯ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କଦଳିମୁଣ୍ଡା ଇଟାଭାଟି ପଡ଼ା ଜମନକିରା ମୁଖ୍ୟ ରାସ୍ତାରେ ଗୁରୁବାର ଅପରାହ୍ନ ୨ ଟାରେ ଓଡି ୧୪ ଏଇ ୦୨୧୬ ନମ୍ବର ହୋଣ୍ଡା ସାଇନ୍ ବାଇକ୍ ସହ ଓଆର ୧୫ ଏନ୍ ୩୯୭୦ ନମ୍ବରର ଟାଟା ଇଣ୍ଡିକା ମଧ୍ୟରେ ଧକ୍କା ହୋଇଥିଲା । କାରଟି ରାସ୍ତା କଡ ଏକ ଗଛରେ ପିଟି ହୋଇ ଯାଇଥିବା ବେଳେ ବାଇକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେହିପରି ବାଇକ୍ ଚାଳକ ଜଣଙ୍କର ପରିଚୟ ମିଳିନଥିବା ବେଳେ ଗୁରୁତର ଅବସ୍ଥାରେ କୁଚିଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ