ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ବାଗ ଦେବୀ କଳା ମନ୍ଦିର ତରଫରୁ ଭଜନ ସନ୍ଧ୍ୟା
କେନ୍ଦ୍ରାପଡ଼ା, ୧୯ ଜୁନ୍‌(ହି.ସ.) – ଜିଲ୍ଲା ର ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିକାଶ ଓ ପଲ୍ଲିଶ୍ରୀ ମେଳାର ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗ ଦେବୀ କଳା ମନ୍ଦିର ତରଫରୁ ମନୋଜ୍ଞ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ବାଗ ଦେବୀ କଳା ମନ୍ଦିର ତରଫରୁ ଭଜନ ସନ୍ଧ୍ୟା


କେନ୍ଦ୍ରାପଡ଼ା, ୧୯ ଜୁନ୍‌(ହି.ସ.) – ଜିଲ୍ଲା ର ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିକାଶ ଓ ପଲ୍ଲିଶ୍ରୀ ମେଳାର ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗ ଦେବୀ କଳା ମନ୍ଦିର ତରଫରୁ ମନୋଜ୍ଞ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଂଗୀତ ନିର୍ଦେଶକ ସତ୍ୟ ପ୍ରିୟ ଦାସଙ୍କ ପରିଚାଳନା ଓ ସଂଯୋଜନାରେ ଓଡିଶା ର ଲୋକ ପ୍ରିୟ ଭଜନ ଗାୟକ ରୋହିତ ପାତ୍ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ପ୍ରିୟଙ୍କା ପତି, ସନ୍ଧ୍ୟା ରାଣୀ ସାହୁ ସୋନାଲି ମଲିକ ରୁପାଲୀ ରୂପଜିତା ମଲିକ ପ୍ରମୁଖ କଣ୍ଠ ଶିଳ୍ପୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଭଜନ ସମ୍ରାଟ ଭିକାରୀ ବଳ ଓ ଲବ୍ଧ ପ୍ରୀତିଷ୍ଠିତ ଗାୟକ ଦିବାକର ମହାନ୍ତିଙ୍କ ବଳଦେବଜୀଉଙ୍କ ପୁରାତନୀ ଭଜନ ବନ୍ଦୟୀ ଶ୍ରୀ ବଳଦେବ ରୋହିଣୀ ନନ୍ଦନ ଗୀତ ଟି ରୋହିତ ପାତ୍ରଙ୍କ କଣ୍ଠ ରେ ମଂଚରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା କେନ୍ଦ୍ରାପଡ଼ା ର ଗର୍ବ ଗୌରବ ସ୍ୱର୍ଗତ ଭିକାରୀ ବଳଙ୍କ ସାଠିଏ ପଉଟି ଭୋଗରୁ କୀଲାଗି ଡାକିବି ମହାବାହୁ ବୋଲି ଗୀତଗୁଡିକ ସତ୍ୟ ପ୍ରିୟ ଓ ପ୍ରିୟଙ୍କାଙ୍କ କଣ୍ଠ ରେ ଶ୍ରୋତା ମାନେ ଭାବ ବିହୋଳିତ ହୋଇ ଥିଲେ, ବାଦ୍ୟ ଯନ୍ତ୍ର ରେ ହିମାଂଶୁ କର. ହରିହର ମଲିକ, ରାମୁ. ପ୍ରମୁଖ ପରି ଚାଳନା କରି ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ କଳାକାରମାନଙ୍କୁ ପୁଷ୍ପ ମାଲ୍ୟ ଓ ଟ୍ରଫି ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande