ଜୟପୁର, ୧୯ ଜୁନ୍ (ହି.ସ.) - ଦଶି ମଦ ଚାଲାଣ ସୂଚନା ପାଇ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଡପଦର ଡମ୍ବଗୁଡା ଗ୍ରାମର ଅରୁଣ ନାଗ ଓ ଡୁମୁରିଗୁଡା ଗ୍ରାମର ଯଦୁ ହରିଜନ । ସୂଚନା ଅନୁଯାଇ ଗଡପଦର ଡମ୍ବଗୁଡା ଗ୍ରାମର ଅରୁଣ ନାଗ ଏକ ବାଇକରେ ଦେଶି ମଦ ଧରି ବାମୁଣି ଗାଁକୁ ଚାଲାଣ କରୁଥିବା ବେଳେ ଗ୍ରାମରେ ଚଢାଉ କରିଥିଲା । ବାଇକ ସହ ୧୫ ଲିଟର ଦେଶି ମଦ ଜବତ କରିଛି । ସେହିପରି ଡୁମୁରିଗୁଡା ଗ୍ରାମର ଯଦୁ ହରିଜନ ବାଇକରେ ଦେଶି ମଦ ଚାଲାଣ କରୁଥିବା ବେଳେ ପେପର ମିଲ ଛକରେ ଚଢାଉ କରିଛି । ଚଢାଉ କରି ବାଇକ ସହ ୧୨ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତକୁ ଆଜି ସଂନ୍ଧ୍ୟା ୬ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହରିଣ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି