ବିଶ୍ୱ ବିପର୍ଯ୍ୟୟ ଦିବସ ପାଳିତ
ଜୟପୁର, ୧୯ ଜୁନ୍ (ହି.ସ.) - ବିଶ୍ୱ ବିପର୍ଯ୍ୟୟ ଦିବସ ଅବସରରେ ବାଲିଆସ୍ଥିତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକଙ୍କ ନେତୃତ୍ୱରେ ଜୟପୁର ଓ ବୈପାରିଗୁଡା କେନ୍ଦ୍ରର କର୍ମକର୍ତା ମାନେ
ବିଶ୍ବ ବିପର୍ଯ୍ୟୟ ଦିବସ ପାଳିତ


ଜୟପୁର, ୧୯ ଜୁନ୍ (ହି.ସ.) - ବିଶ୍ୱ ବିପର୍ଯ୍ୟୟ ଦିବସ ଅବସରରେ ବାଲିଆସ୍ଥିତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକଙ୍କ ନେତୃତ୍ୱରେ ଜୟପୁର ଓ ବୈପାରିଗୁଡା କେନ୍ଦ୍ରର କର୍ମକର୍ତା ମାନେ ଭାଗ ନେଇଥିଲେ। ବାଲିଆ ପଂଚାୟତର କର୍ମକର୍ତା ମାନେ ଉପସ୍ଥିତ ରହି ବାଦଲଫଟା ବର୍ଷା ଯୋଗୁଁ ବନ୍ୟା, ବାତ୍ୟା ଇତ୍ୟାଦି ବିପର୍ଯ୍ୟୟର ମୁକାବିଲା, ବଜ୍ରପାତ ରୁ ରକ୍ଷା ନିମନ୍ତେ କେ?ଶଳ, ପାଣିରେ ବୁଡି ଯାଉଥିବା ବ୍ୟକ୍ତିକୁ କିପରି ଉଦ୍ଧାର କରାଯାଇପାରିବ,ଫାଷ୍ଟ ଏଡ ଟ୍ରିଟମେଟ, ହାର୍ଟ ଚୋକ ର କୌଶଳ ଇତ୍ୟାଦି ଶିକ୍ଷା ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ମାନେ ନିଆଁକୁ ଆୟତ କରିବାର କୌଶଳ ବନ୍ୟା ସମୟରେ ଲୋକଙ୍କୁ ପାଣିରୁ ଉଦ୍ଧାର କରିବା, ରିଲିଫ ବଂଟନ ଇତ୍ୟାଦି ବିଷୟରେ ଶିକ୍ଷା ଦେଇଥିଲେ। ରୋବଟିକ ଫାୟାର ଫାଇଟିଂ ମୋନିଟର ର ବ୍ୟବହାର ବିଷୟରେ ଶିକ୍ଷାଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande