ଜୟପୁର, ୧୯ ଜୁନ୍ (ହି.ସ.) - ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଜୟପୁର ନୂଆସାହି କଲ୍ୟାଣମଣ୍ତପ ରେ ପୌର ପାଳିକା ପକ୍ଷରୁ ମାଛ ବଜାର କରାଯିବ ବୋଲି ନିଷ୍ପତି ନିଆଯାଇଛି। ସହରର ବିଭିନ୍ନ ସ୍ଥାନରେ ମାଛ ପସରା ପଡୁୁଥିବା ବେଳେ ଅତ୍ୟାଧୁନିକ ମାଛ ବଜାର ନିର୍ମାଣ କରିବା ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଜାଗା ଚିହ୍ନଟ କରି ଦିଆଯାଇଛି। ଉପଜିଲ୍ଲାପାଳ ଏ ସସ୍ୟାରେଡ୍ଡୀ ରାଜି ହେବା ପରେ ସେଠାରେ କାମ ଆଗେଇବ ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ମତ୍ସ୍ୟ ଅଧିକାରୀ ସାଗର କୁମାର ରାମ, ଅତିରିକ୍ତ ତହସିଲଦାର ଚିତରଞ୍ଜନ ପଟ୍ଟନାୟକ, ପୌରଯନ୍ତ୍ରୀ ଅଜୟ କୁମାର ଜାନୀଙ୍କ ମିଳିତ ରେ ଏକ ଟିମ ଗଠନ କରି ଏହି ଜାରାଜୀର୍ଣ୍ଣ କଲ୍ୟାଣ ମଣ୍ତପଟି ଅଧାଏକର ବିଶିଷ୍ଟ ହୋଇଥିବା ବେଳେ ଏହା କାହାରି କାମରେ ଆସୁନି ଓ ସହର ମଧ୍ୟରେ ରହିଛି। ଜାଗା ଉପଯୁକ୍ତ ବୋଲି ଭାବିଛନ୍ତି। ଜିଲ୍ଲାର ପ୍ରମୁଖ ସହର ଜୟପୁର ହୋଇଥିବାରୁ ଏଠାରେ ନିହାତିଭାବେ ଗୋଟିଏ ଅତ୍ୟାଧୁନିକ ମାଛ ବଜାରର ଆବଶ୍ୟକତା ରହିଛି। ଏଥିଲାଗି ପରିଚ୍ଛନ୍ନତା ସହ ଏକ ଅତ୍ୟାଧୁନିକ ମାଛ ବଜାର ନିର୍ମାଣ କରିବାକୁ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ଏହି ବଜାରରେ ୬୦ ରୁ ଅଧିକ ଦୋକାନୀଙ୍କ ଲାଗି ସବୁ ପ୍ରକାର ସୁବିଧା କରାଯିବ। ସେମାନଙ୍କ ଲାଗି ସ୍ୱତନ୍ତ୍ର ସିମେଂଟ ପିଣ୍ଡା, ମାଛ ସଫା କରିବାକୁ ପ୍ରତ୍ୟେକ ପିଣ୍ଡିରେ ପାଇପ ସପ୍ସଯୋଗ ରହିବ। ମାଛ ସପ୍ସରକ୍ଷିତ ରଖିବାକୁ ଫ୍ରିଜର ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ସ୍ୱତନ୍ତ୍ର ମାଛ ବଜାର ନିର୍ମାଣ ହେଲେ ପରିଚ୍ଛନ୍ନତା ରହିବ। ବ୍ୟବସାୟୀଙ୍କ ସହ ଗ୍ରାହକଙ୍କ ସୁବିଧା ହେବ। ନିର୍ମାଣ ଲାଗି ସମସ୍ତ ଖର୍ଚ୍ଚ ମତ୍ସ୍ୟ ବିଭାଗ ବହନ କରିବ। ନିର୍ମାଣ ନିମନ୍ତେ ୫ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଅନୁମାନ କରାଯାଇଛି। ନିର୍ମାଣ ପରେ ଏହାରେ ରକ୍ଷଣା ବେକ୍ଷଣ ଦାୟୀତ୍ୱ ପୌରପାଳିକା କୁ ଦିଆଯିବ।
ହିନ୍ଦୁସ୍ଥାନ ସମାଚାର / ପିକେପି