ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ- ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର ,୧୯ ଜୁନ(ହି.ସ.) - ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୁରୁବାର ଦିନ ଡାଇରିଆ ସ୍ଥିତି ନେଇ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍
ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ- ସ୍ୱାସ୍ଥ୍ୟ ମନ୍ତ୍ରୀ


ଭୁବନେଶ୍ୱର ,୧୯ ଜୁନ(ହି.ସ.) - ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୁରୁବାର ଦିନ ଡାଇରିଆ ସ୍ଥିତି ନେଇ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ରୋଗୀଙ୍କ ସଂଖ୍ୟା କମୁଛି। ସରକାର ସକ୍ରିୟ ଭାବେ କାମ କରୁଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି। ଯାଜପୁର ଜିଲ୍ଲାରେ ସାବୁନରେ ହାତ ଧୋଇବାକୁ ସଚେତନ କରାଯାଉଛି। ବାସି ଖାଦ୍ୟ ବିକ୍ରି ହେଉଥିଲେ ଚଢ଼ାଉ କରାଯାଇ ଫାଇନ୍ ଆଦାୟ ହେଉଛି। ପିଇବାକୁ ପାଣି ଯୋଗ୍ୟ ନ ହେଲେ ନଳକୂପ ଅଚଳ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande