ସମ୍ବଲପୁର, ୧୯ ଜୁନ୍ (ହି.ସ.)- ସମ୍ବଲପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ଯରେ ଜୁନ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହେବ। ଏହି ଅବସରରେ ସକାଳ ୫ଟାରୁ ମା' ସମଲେଶ୍ୱରୀ ମନ୍ଦିର ପରିସର ଓ ରିଭର ଫ୍ରନ୍ଟ ଠାରେ ବିଶାଳ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ( ଭା . ପ୍ର.ସେ), ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ( ଭା .ପୋ.ସେ), ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ଭେଦ ଭୂଷଣ ( ଭା. ପ୍ର.ସେ) ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ । ଏହି ବୃହତ୍ କାର୍ଯ୍ୟକ୍ରମରେ ସମସ୍ତ ସମ୍ବଲପୁର ବାସୀ ଅଂଶଗ୍ରହଣ କରି ଏହି ଅଭିଯାନକୁ ସଫଳ କରିବାକୁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ