ରବି ମଣ୍ଡିର ଅବ୍ୟବସ୍ଥା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲା କୃଷକ କଲ୍ୟାଣ ମଞ୍ଚ
ଜୟପୁର, ୧୯ ଜୁନ୍ (ହି.ସ.)- ରବି ମଣ୍ଡିରେ ଅବ୍ୟବସ୍ଥା ନେଇ କୃଷକ କଲ୍ୟାଣ ମଞ୍ଚ କୋଟପାଡର ଚାଷିମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଆଜି ଉପ ଜିଲାପାଳଙ୍କ କାଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ଚାଷି । ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ
ରବି ମଣ୍ଡିର ଅବ୍ୟବସ୍ଥା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ କୃଷକ କଲ୍ୟାଣ ମଞ୍ଚ


ରବି ମଣ୍ଡିର ଅବ୍ୟବସ୍ଥା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ କୃଷକ କଲ୍ୟାଣ ମଞ୍ଚ


ଜୟପୁର, ୧୯ ଜୁନ୍ (ହି.ସ.)- ରବି ମଣ୍ଡିରେ ଅବ୍ୟବସ୍ଥା ନେଇ କୃଷକ କଲ୍ୟାଣ ମଞ୍ଚ କୋଟପାଡର ଚାଷିମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଆଜି ଉପ ଜିଲାପାଳଙ୍କ କାଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ଚାଷି । ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି, ଗତ ୨.୬.୨୫ ତାରିଖ ଠାରୁ ରବି ମଣ୍ଡିରେ ଧାନ ବିକ୍ରି ସକାଶେ ଚାଷି ଟୋକେନ ପାଇଛନ୍ତି । କିନ୍ତୁ, କୋଟପାଡ ଠାରେ ଧାନ କିଣା ୧୦.୬.୨୫ ତାରିଖରୁ ଆରମ୍ଭ କରାଗଲା । ଏହି ୮ ଦିନ ଚାଷିଙ୍କ ହାତରୁ ଚାଲିଯାଇଛି । ଧାନ କିଣା ପାଇଁ କଳାହାଣ୍ଡି ଓ ବଲାଙ୍ଗିର ମିଲର ଏଗ୍ରିମେଣ୍ଟ କରିଛନ୍ତି । କିନ୍ତୁ, ବର୍ତମାନ ସୁଦ୍ଧା କେତେ ଜଣ ମିଲର ଧାନ ଉଠାଉ ନାହାଁନ୍ତି । କୋଟପାଡର ୬୦୫ ଚାଷି ସମବାୟ ସମିତିରେ ପଞ୍ଜିକରଣ କରିଛନ୍ତି । କିନ୍ତୁ, ୧୮୧ ଜଣ ଚାଷି ବର୍ତମାନ ସୁଦ୍ଧା ଧାନ ବିକ୍ରି କରିପାରିଛନ୍ତି । ବଳକା ଚାଷୀଙ୍କ ଧାନ ମଣ୍ଡିରେ ଓ ଘରେ ରହିଛି । ୧୦୫ ଜଣ ଚାଷିଙ୍କ ମୋଟ ୬୨ ହଜାର ୫୧୪ କ୍ୱିଇଣ୍ଟାଲ କିଣାଯିବ । କିନ୍ତୁ ବର୍ତମାନ ସୁଦ୍ଧା ୧୫ ହଜାର ୮୬୮ କ୍ୱିଇଣ୍ଟାଲ ଧାନ କିଣାଯାଇଛି । ବଳକା ଧାନ ମଣ୍ଡିରେ ଓ ଚାଷି ପାଖରେ ରହିଛି । ୨.୬.୨୫ ତାରିଖ ଠାରୁ ୧୮ ତାରିଖ ମୋଟ ୧୭ ଦିନରେ ୧୫ ହଜାର ୮୬୮ କ୍ୱିଇଣ୍ଟଟାଲ ଧାନ କିଣାଯାଇଛି । ବଳକା ଧାନ ବିକ୍ରି ପାଇଁ ଚାଷି ହାତରେ ମାତ୍ର ୧୧ ଦିନ ରହିଥିଲା । କେଉଁ ଦିନ ଗୋଟିଏ ଗାଡି ଆସୁଛିତ ଅନ୍ୟ ଦିନ ଗାଡି ଆସୁ ନାହିଁ । ଗାଡି ପରିବହନ ସମ୍ପୂର୍ଣ ମିଲର ହାତରେ ରହିଛି । ଏହି ଦାୟିତ୍ୱ ସମବାୟ ସମିତି କିମ୍ବା ଏମଆଇଙ୍କ ଦ୍ୱାରା କଲେ ଭଲ ହେବ । ଚାଷି ଥଣ୍ଡା କାକରରେ ଜଗି ଧାନ ଉତ୍ପାଦନ କରିବା ବେଳେ ସରକାର ମାତ୍ର ୩୦ ଦିନ ଧାନ ବିକ୍ରୟ ପାଇଁ ସମୟ ଦେଇଛନ୍ତି । ଯେଉଁ ଧାନ ବଳକା ରହୁଛି ଧାର୍ଯ୍ୟ ସମୟ ଭିତରେ କିଣା ହୋଇପାରିବ ନାହିଁ । ତେଣୁ ଧାନ କ୍ରୟ ପାଇଁ ୧୫ ଦିନ ବଢାଯାଉ । ଯଦ୍ୱାରା ଚାଷୀ ତାର ଧାନ ବିକ୍ରି କରି ଆଗାମି ଫସଲ ପାଇଁ ପଇସା ପାଇପାରିବ । ମଣ୍ଡିର ଅବ୍ୟବସ୍ଥା, ଧାନ ବିକ୍ରି କରିବାର ସମୟ ସୀମା ବଢାଇବା ପାଇଁ ସଭାପତି ସିତାନାଥ ବିଶ୍ୱାଳ, ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ହୋତା ପ୍ରମୁଖ ଦାବି କରିଛନ୍ତି । ଦାବି ପତ୍ରର ନକଲ ମୁଖ୍ୟ ଜିଲା ଯୋଗାଣ ଅଧିକାରି, ଡିଆରସିଏସ, ସମ୍ପାଦକଙ୍କୁ ପ୍ରଦାନ କରାଯାଇଛି । ଉପ ଜିଲାପାଳ ଚାଷିଙ୍କ ଦାବିକୁ ଗୁରୁତର ସହ ନେଇ ଆଲୋଚନା କରିଥିଲେ । ଆସନ୍ତା ୩୦ ତାରିଖ ସୁଦ୍ଧା ଚାଷିଙ୍କ ସବୁ ଧାନ ଉଠିଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande