ଭୁବନ, ୧୯ ଜୁନ୍ (ହି.ସ.) - ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ସହରାଂଚଳ) ର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ ଓ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତି ଉପଲକ୍ଷେ ବିକାଶ ବାହନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩୦୪ ଜଣ ଆବାସ ହିତାଧିକାରୀ ଙ୍କ ମଧ୍ୟରୁ ପ୍ରତି ୱାର୍ଡ ରୁ ଦୁଇ ଜଣ ଲେଖାଏଁ ୧୫ ଟି ୱାର୍ଡର ୩୦ ଜଣଙ୍କୁ କାର୍ଯ୍ୟାଦେଶ,୧୧ ଜଣଙ୍କୁ ବାର୍ଦ୍ଧକ୍ୟ/ ବିଧବା ଭତା,ଦୁଇ ଜଣଙ୍କୁ ରାସନ କାର୍ଡ ଓ ଜଣେ ଦିବ୍ୟାଙ୍ଗ ଙ୍କୁ ହୁଇଲ ଚେୟାର ବଂଟନ କରିଥିଲେ । ପରେ ରାଜ୍ୟ ସରକାରଙ୍କ ସଫଳତା ବାର୍ତା ପ୍ରଚାର ପାଇଁ ବିକାଶ ବାହନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟାକ୍ରମରେ ନିର୍ବାହୀ ଅଧିକାରୀ ପ୍ରଦତ ସାହୁ (ଇନଚାର୍ଜ), କାଉନସିଲର ଗିରିଧାରୀ ସାହୁ, ପପୁ କୁମାର ସାହୁ, କୃପାସିନ୍ଧୁ ବେହେରା, ନରେନ୍ଦ୍ର କୁମାର ବେହେରା, ମନ ମୋହନ ସାହୁ, ସସ୍ମିତା ନାୟକ, ମଞ୍ଜୁଲତା ସେଠୀ, ଗୋଷ୍ଠୀ ସଂଗଠିକା ଚିକୁମୀନା ପଟ୍ଟନାୟକ,ପ୍ରୋଗ୍ରାମ ଅଫିସର ଗୁଣନିଧି ପାତ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ