ଜୟପୁର, ୧୯ ଜୁନ୍ (ହି.ସ.)- ରବି ଋତୁ ଧାନ ସଂଗ୍ରହ କାର୍ଯ୍ୟକ୍ରମ ନେଇ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟlଳୟରେ ସମିକ୍ଷା ହୋଇଛି । ଏଠାରେ ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡିଙ୍କ ଅଧ୍ୟକ୍ଷତରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟ ଜିଲା ଯୋଗାଣ ଅଧିକାରି ପ୍ରଦିପ କୁମାର ପଣ୍ଡା, ଡିଆରସିଏସ ଭୀମ ସେନ ସେଠି, ଆରଟିଓ ରାକେଶ ମାରାଣ୍ଡି, ଆରଏମସି ସମ୍ପାଦକ ଦୁର୍ଗା ପ୍ରସାଦ ଛୁରିଆ, ଅତିରିକ୍ତ ଜିଲା ଯୋଗାଣ ଅଧିକାରି ସୁଶିଳ ଜେନା ଉପସ୍ଥିତ ଥିଲେ ।
ଗତ ୫ ତାରିଖରୁ ରବି ମଣ୍ଡି ଆରମ୍ଭ ହୋଇଛି । ଜୟପୁର ଉପଖଣ୍ଡର ୫ଟି ବ୍ଲକରେ ୮୮ଟି ଧାନକ୍ରୟ କେନ୍ଦ୍ର କରାଯାଇଛି । ପ୍ରାୟ ସମସ୍ତ ମଣ୍ଡିରେ ଚାଷିଙ୍କ ଧାନ ଉଠୁନଥିବାରୁ ଚାଷି ଅସନ୍ତୋଷ ଦେଖାଯାଇଛି । ଗାଡି ସମସ୍ୟା ରହିଥିବାରୁ ଧାନ ଉଠିବାରେ ସମସ୍ୟା ଦେଖାଯାଉଛି ତାହା ସମାଧାନ କରାଯାଇଥିବା ବୈଠକରେ ଆଲୋଚନା ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି