ଉଖୁଣ୍ଡା ସେକ୍ସନରେ ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି : ଭାଙ୍ଗିଲେ ୫ଘର : ଖାଇଦେଲେ ବାହାଘର ରାସନ ସାମଗ୍ରୀ
ଚମ୍ପୁଆ, ୧୯ ଜୁନ୍ (ହି.ସ.) - ଚମ୍ପୁଆ ବନାଂଚଳ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ଗତ କିଛି ଦିନ ଧରି ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି । ହାତୀପଲ ଅଂଚଳ ଛାଡ଼ି ଯିବାର ନାଁ ଧରୁ ନାହାଁନ୍ତି । ହାତୀପଲ ଭୋରରୁ ନଦୀ ପାର ହୋଇ ମୟୂରଭଞ୍ଜ ପଟକୁ ପଳାଇବା ସହ ସନ୍ଧ୍ୟା ହେଲେ ପୁଣି ଉଖୁଣ୍ଡା ସେକ୍ସନକୁ ଲେ
ଉଖୁଣ୍ଡା ସେକ୍ସନରେ ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି : ଭାଙ୍ଗିଲେ ୫ଘର : ଖାଇଦେଲେ ବାହାଘର ରାସନ ସାମଗ୍ରୀ


ଚମ୍ପୁଆ, ୧୯ ଜୁନ୍ (ହି.ସ.) - ଚମ୍ପୁଆ ବନାଂଚଳ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ଗତ କିଛି ଦିନ ଧରି ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି । ହାତୀପଲ ଅଂଚଳ ଛାଡ଼ି ଯିବାର ନାଁ ଧରୁ ନାହାଁନ୍ତି । ହାତୀପଲ ଭୋରରୁ ନଦୀ ପାର ହୋଇ ମୟୂରଭଞ୍ଜ ପଟକୁ ପଳାଇବା ସହ ସନ୍ଧ୍ୟା ହେଲେ ପୁଣି ଉଖୁଣ୍ଡା ସେକ୍ସନକୁ ଲେଉଟି ଉପଦ୍ରବ କରୁଛନ୍ତି । ହାତୀପଲ ବିଭିନ୍ନ ଗ୍ରାମରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଉଛନ୍ତି । ରାତି ହେଲେ ଏହି ହାତୀପଲ ବିଭିନ୍ନ ଦଳରେ ବିଭକ୍ତ ହୋଇ ଜନବସତି ଭିତରକୁ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଗ୍ରାମାଂଚଳ ଗୁଡ଼ିକରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଗତ ରାତି ଏହି ହାତୀପଲ ରେଙ୍ଗାଳଗୋଡା ଗ୍ରାମରେ ଦୁଇଟି ଓ ପଦ୍ମପୁର ଗ୍ରାମରେ ତିନୋଟି ମୋଟ ପାଂଚଟି ଘର ଭାଙ୍ଗିଛନ୍ତି । ହାତୀପଲ ରେଙ୍ଗାଳ ଗୋଡା ଗ୍ରାମର ମନୋଜ ମୁଣ୍ଡା ଓ ପ୍ରମିଳା ମୁଣ୍ଡାଙ୍କ ଘର ସହ ପଦ୍ମପୁର ଗ୍ରାମର ଅନିରୁଦ୍ଧ ନାଏକ, ସାବିତ୍ରୀ ମହାପାତ୍ର ଓ ଦ୍ୱିତିକୃଷ୍ଣ ନାଏକଙ୍କ ଘରଭାଙ୍ଗି ଧାନଚାଉଳ ଖାଇ ଯାଇଛନ୍ତି। ଆସନ୍ତାକାଲି ଦ୍ୱିତିକୃଷ୍ଣଙ୍କ ଝିଅ ବିଭାଘର ଥିବା ବେଳେ ସେ ବିଭାଘର ପାଇଁ ଘରେ ରଖିଥିବା ରାସନ ସାମଗ୍ରୀ ମଧ୍ୟ ହାତୀପଲ ଝରକା ଭାଙ୍ଗି ଖାଇଯାଇଥିବା ଜଣାପଡିଛି। ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ ମଧ୍ୟ ହାତୀପଲଙ୍କୁ ନିୟନ୍ତ୍ରଣ କରିବାରେ ଓ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଥିବା ନେଇ ଅଭିଯୋଗ ହେଉଛି। ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହାଁ ହେଉଥିବା ବେଳେ ବନବିଭାଗ ହାତୀ ପଲଙ୍କୁ ଘଉଡ଼ାଇବାରେ ସମର୍ଥ ହୋଇ ପାରୁନାହିଁ । ଖବର ପାଇ ଚମ୍ପୁଆ ବନାଂଚଳ ଅଧିକାରୀ ଅକ୍ଷୟ ଛତ୍ରିଆ ବନରକ୍ଷୀ ସାଗରିକା ବେଜ୍ ଓ ହାତୀସ୍କ୍ୱାର୍ଡ ଙ୍କ ସହିତ ପ୍ରଭାବିତ ଗ୍ରାମ ଗୁଡିକୁ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଘର ମାଲିକଙ୍କୁ ବିଭାଗୀୟ ସହାୟତା ଯୋଗାଇ ଦେବାକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande