ପୁରୀ, ୧୯ ଜୁନ୍ (ହି.ସ.)- ଓଡ଼ିଶାର ଅଗ୍ରଣୀ ଜୁଏଲାରୀ ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ରଜପରୀ ସିଜିନ -୭ ର ଗ୍ରାଣ୍ଡ ଫାଇନାଲ ପୁରୀ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାସହ ଫରେନ ଟ୍ରିପ ମେଘା ଲକି ଡ୍ର ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି, ବିଚାରପତି ଓ ଅରୁନ୍ଧତୀ ଜୁଏଲର୍ସ ର ବ୍ରାଣ୍ଡ ଆମ୍ବାସଡର ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଲକି ଡ୍ର ଘୋଷଣା କରିଥିଲେ । ବିଚାରପତି ଭବେ ଗୀତିକାର ଅରୁଣ ମନ୍ତ୍ରୀ ଓ ଲୋକପ୍ରିୟ ଉଦଘୋଷିକା ଶୋଭନା ମିଶ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଦୁଇ ହଜାର ପ୍ରତିଯୋଗୀ ଅଡିଶନ ରାଉଣ୍ଡରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ଯରୁ ୩୫ ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ଯୋଗ୍ଯ ବିବେଚିତ ହୋଇଥିଲେ । ସେମାନଙ୍କ ମଧ୍ଯରୁ ତିନି ଜଣ ପ୍ରତିଯୋଗୀ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଥିଲେ । ପ୍ରଥମ ବିଜେତା ୨୦ ହଜାର, ଦ୍ବିତୀୟ ବିଜେତା ୧୫ ହଜାର ଓ ତୃତୀୟ ବିଜେତାଙ୍କୁ ୧୦ ହଜାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଅରୁନ୍ଧତୀ ଜୁଏଲର୍ସ ଏହି ରଜପରୀ ମହାମଞ୍ଚରୁ ସାତବର୍ଷ ଧରି ପ୍ରତିଭାଙ୍କୁ ଖୋଜି ସେମାନଙ୍କୁ ସୁଯୋଗ ପ୍ରଦାନ କରୁଛି । ଚଳିତ ବିବାହ ଋତୁରେ ଅରୁନ୍ଧତୀ ଜୁଏଲର୍ସ ର ଗ୍ରାହକ ମାନଙ୍କ ମଧ୍ଯରୁ ଲକି ଡ୍ର ମାଧ୍ୟମରେ ୯ ଜଣ ଭାଗ୍ଯଶାଳୀ ବିଜେତାଙ୍କୁ ବିଦେଶ ଭ୍ରମଣ କରିବା ପାଇଁ ସୁଯୋଗ ଦେଇଛି ।
ଅରୁନ୍ଧତୀ ଜୁଏଲର୍ସ ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର ଯୋଗଦେଇ ଗ୍ରାହକଙ୍କ ବିଶ୍ବାସ, ଗ୍ରାହକଙ୍କୁ ସୁଯୋଗ ଦେବା ଓ ଗ୍ରାହକଙ୍କ ସହ ପରିବାର ପରି ଭାବର ଆଦାନପ୍ରଦାନ କରି ଓଡ଼ିଶାର ନିଜସ୍ବ ଅନୁଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ଲୋକପ୍ରିୟତା ଅର୍ଜନ କରିଛି । ଖାଲି ଗହଣା ନୁହେଁ ମହିଳାଙ୍କ ପାଇଁ ଓ ଓଡ଼ିଶାର ବାନ୍ଧକଳା କାରିଗର ମାନଙ୍କ ଦ୍ବାରା ଉତ୍ପାଦିତ ଶାଢୀ ଗହଣା ଦୋକାନରେ ବିକ୍ରି କରି ଏକ ନିଆରା ପରମ୍ପରା ସୃଷ୍ଟି କରିଛି । ସମ୍ପୂର୍ଣ୍ଣ ନାରୀ ପାଇଁ ଶାଢୀ ଓ ଗହଣା ତାର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ବୋଲି ଶ୍ରୀ ମେହେର କହିଥିଲେ । ପ୍ରତିଯୋଗିତାରେ ଅଭିନୟ, ରାମ୍ପ ୱାକ୍, ମଡେଲିଂ ଓ ବିଚାରପତିଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରତିଯୋଗୀ । ତିନି ରଜପରୀଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ଅରୁନ୍ଧତୀ ଜୁଏଲର୍ସ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ