ଭୁବନେଶ୍ୱର, 19 ଜୁନ୍ (ହି.ସ.)- ଆସନ୍ତା ଜୁନ୍
26 ତାରିଖରେ ଚାନ୍ଦୁଆ ଦିବସ ପାଳିତ ହେବ । ଏଥିପାଇଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ
ନିମନ୍ତ୍ରଣ କରାଯାଇଛି । ଏନେଇ ସୋସିଆଲ ମଡିଆ ଏକ୍ସରେ ସମ୍ବିତ ପାତ୍ର କହିଛନ୍ତି ଯେ, ଆଜି
ପୁରୀ ଲୋକସଭା ଅନ୍ତର୍ଗତ ପିପିଲି ବିଧାନସଭାର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ଚାନ୍ଦୁଆ
କାରିଗର ସଂଗୋଷ୍ଠୀର ସଦସ୍ୟ ବୃନ୍ଦଙ୍କ ନିକଟରୁ ଆସନ୍ତା ୨୬ ଜୁନରେ ହେବାକୁ ଥିବା ଚାନ୍ଦୁଆ
ଦିବସର ନିମନ୍ତ୍ରଣ ପତ୍ର ଗ୍ରହଣ କଲି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା