ସଡକ ଦୁର୍ଘଟଣାରେ ଜଣେ ମୃତ
ଜୟପୁର, ୦୨ ଜୁନ୍ (ହି.ସ.) - ଜୟପୁର ଆରଏମସି ଅଫିସ ନିକଟରେ ଏକ ସଡକ ଦୁର୍ଘଟଣାରେ ନବରଙ୍ଗପୁର ସିଏସଓ ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଲା ଗୋବିନ୍ଦ ପାଣିଗ୍ରାହୀ। ଜୟପୁର ଠାରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ ବିପରିତ ଦିଗରୁ ଏକ ଆସୁଥିବା ଏକି କାର ସହ ଧକ୍କା ହୋ
ସଡକ ଦୁର୍ଘଟଣାରେ ଜଣେ ମୃତ


ଜୟପୁର, ୦୨ ଜୁନ୍ (ହି.ସ.) - ଜୟପୁର ଆରଏମସି ଅଫିସ ନିକଟରେ ଏକ ସଡକ ଦୁର୍ଘଟଣାରେ ନବରଙ୍ଗପୁର ସିଏସଓ ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଲା ଗୋବିନ୍ଦ ପାଣିଗ୍ରାହୀ। ଜୟପୁର ଠାରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ ବିପରିତ ଦିଗରୁ ଏକ ଆସୁଥିବା ଏକି କାର ସହ ଧକ୍କା ହୋଇଥିଲା। ଉଭୟ ମୋଟର ସାଇକଲ ଓ କାର ରାସ୍ତାକଡକୁ ଖସିଯାଇଥିବା ବେଳେ ବାଇକ ଚାଳକ ଗୋବିନ୍ଦଙ୍କୁ ଗୁରୁତର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଗୋବିନ୍ଦଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନେବା ପରେ ଚିକିତ୍ସା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। କାରରେ ଥିବା ଲୋକଙ୍କ ଅବସ୍ଥା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ମୃତ ଗୋବିନ୍ଦ କ୍ୱାଲିଟି ଆନାଲିଜର ଭାବେ କାମ କରୁଥିଲେ। ତାଙ୍କ ନିଜ ଘର କଳାହାଣ୍ଡି ହୋଇଥିବା ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande