ମା ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ବଲାଙ୍ଗିର, ୦୨ଜୁନ୍ (ହି.ସ) - ୨ ଜୁନ ୨୦୨୫ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ ହସ୍ପିଟାଲ ର ରକ୍ତଭଣ୍ଡାର ଠାରେ ଅଗ୍ରଣୀ ସାମାଜିକ ସଂଗଠନ ମା ମାହେଶ୍ୱରୀ ସେନା ପକ୍ଷରୁ ସଦସ୍ୟ ଅରୁଣ ପଲତା ଙ୍କର ଜନ୍ମ ଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଅଛି । ଏହି ରକ୍ତଦାନ ଶିବରକୁ ଭୀମଭୋ
ମାଁ ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ


ବଲାଙ୍ଗିର, ୦୨ଜୁନ୍ (ହି.ସ) - ୨ ଜୁନ ୨୦୨୫ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ ହସ୍ପିଟାଲ ର ରକ୍ତଭଣ୍ଡାର ଠାରେ ଅଗ୍ରଣୀ ସାମାଜିକ ସଂଗଠନ ମା ମାହେଶ୍ୱରୀ ସେନା ପକ୍ଷରୁ ସଦସ୍ୟ ଅରୁଣ ପଲତା ଙ୍କର ଜନ୍ମ ଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଅଛି । ଏହି ରକ୍ତଦାନ ଶିବରକୁ ଭୀମଭୋଇ ହସ୍ପିଟାଲ ର ଶଲ୍ୟ ବିଶେଷଜ୍ଞ ଡା. ସତ୍ୟଜିତ ଯୋଷୀ ଫିତାକାଟି ଶୁଭାରମ୍ଭ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଭୀମଭୋଇ ହସ୍ପିଟାଲ ର ଅସ୍ଥି ବିଶେଷଜ୍ଞ ଡା. ସବ୍ୟସାଚୀ ସ୍ୱାଇଁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବଲାଙ୍ଗିର ସହରାଂଚଳ ଡୁମାଳ ସମାଜ ସଭାପତି ସଂଜୟ ମହାକୁର ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିର ରେ ଡା. ସବ୍ୟସାଚୀ ସ୍ୱାଇଁଙ୍କ ସମେତ ସର୍ବମୋଟ ୪୬ ଜଣ ପୁରୁଷ ଓ ୩ ଜଣ ମହିଳା ମୋଟ ୪୯ ଜଣ ରକ୍ତଦାନ କରିଥିଲେ । ରକ୍ତଦାନ ଶିବିରକୁ ମା ମାହେଶ୍ୱରୀ ସେନା ବଲାଙ୍ଗିର, ବୌଦ୍ଧ ଏବଂ ସୋନପୁରର ସଦସ୍ୟମାନେ ସଫଳ ରୂପେ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande