ବିଜାଘାଟିରେ ବ୍ରେକଫେଲ ହୋଇ ବସ ଦୁର୍ଘଟଣାଗ୍ରସ୍ତ : ୩୫ ଆହତ
ମାଲକାନଗିରି, ୨ ଜୁନ୍ (ହି.ସ.)- ମାଲକାନଗିରି -ପାଣ୍ଡ୍ରିପାଣି ୩୨୬ନମ୍ବର ଜାତୀୟ ରାଜପଥ ସ୍ଥିତ ବିଜାଘାଟି ନିକଟରେ ଆଜି ସକାଳୁ ଶ୍ରୀବାଲାଜୀ ନାମକ ଘରୋଇ ବସ ର ବ୍ରେକ୍ ଫେଲ୍ ହେବା ଯୋଗୁଁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ନିକଟସ୍ଥ ଗାଁ ଲୋକ
ବିଜାଘାଟିରେ ବ୍ରେକଫେଲ ହୋଇ ବସ ଦୁର୍ଘଟଣାଗ୍ରସ୍ତ : ୩୫ ଆହତ


ମାଲକାନଗିରି, ୨ ଜୁନ୍ (ହି.ସ.)- ମାଲକାନଗିରି -ପାଣ୍ଡ୍ରିପାଣି ୩୨୬ନମ୍ବର ଜାତୀୟ ରାଜପଥ ସ୍ଥିତ ବିଜାଘାଟି ନିକଟରେ ଆଜି ସକାଳୁ ଶ୍ରୀବାଲାଜୀ ନାମକ ଘରୋଇ ବସ ର ବ୍ରେକ୍ ଫେଲ୍ ହେବା ଯୋଗୁଁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ନିକଟସ୍ଥ ଗାଁ ଲୋକମାନେ ଆସି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ପାଣ୍ଡ୍ରିପାଣି ମେଡିକାଲ ପଠାଯାଇଥିବା ବେଳେ ୨୦ ଜଣ ଆହତ ଯାତ୍ରୀଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ ଶ୍ରୀବାଲାଜୀ ବସଟି ହାଇଦ୍ରାବାଦରୁ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ କଣ୍ଟାବାଞ୍ଜି ଯାଉଥିବା ବେଳେ ଆଜି ସକାଳ ୭ଟା ସମୟରେ ମାଲକାନଗିରି ନିକଟସ୍ଥ ବିଜାଘାଟି ଉପରକୁ ବସଟି ଚଢୁଥିଲା । କିନ୍ତୁ, ଘାଟି ଚଢିବା ସମୟରେ ବସ ର ବ୍ରେକ୍ ଫେଲ୍ ହେବା ଫଳରେ ବସ ଟି ୧୦୦ ମିଟର ପଛକୁ ଗଡିଯାଇ ଏକ ଗଛରେ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ବସରେ ବସିଥିବା ୩୫ ଜଣ ଯାତ୍ରୀ ଆହତ ହୋଇଥିଲେ । ନିକଟସ୍ଥ ଗାଁ ଲୋକମାନେ ବସରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲା ବେଳେ ଖବର ପାଇ ମାଲକାନଗିରି ପୋଲିସ ଏବଂ ଆରଟିଓ ପହଞ୍ଚି ଆହତ ମାନଙ୍କ ଚିକିତ୍ସା ପାଇଁ ପାଣ୍ଡ୍ରିପାଣି ଓ ମାଲକାନଗିରି ହସ୍ପିଟାଲକୁ ପଠାଇଥିଲେ। ବିଶେଷ କରି କଣ୍ଟାବାଞ୍ଜିରୁ ଏହି ଲୋକମାନେ ସପରିବାରେ ହାଇଦ୍ରାବାଦର ଇଟା ଫେକ୍ଟ୍ରିରେ କାମ କରିବାକୁ ଯାଇଥିଲେ । ଶ୍ରୀ ବାଲାଜୀ ବସରେ ଓଭର ଲୋଡ୍ ହୋଇ ଇଟା ଶ୍ରମିକ ଯାତ୍ରୀମାନେ ପିଲାଛୁଆମାନଙ୍କୁ ନେଇ ବସରେ ଫେରୁଥିବା ବେଳେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ କୌଣସି ଯାତ୍ରୀଙ୍କର ମୃତ୍ୟୁଘଟିନଥିବା ବେଳେ ୭ ଜଣ ଯାତ୍ରୀଙ୍କୁ ଗୁରୁତର ଆଘାତ ଲାଗିଛି । ମାଲକାନଗିରି ଜିଲା ପ୍ରଶାସନ ସହଯୋଗର ହାତ ବଢ଼ାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande