କୁଲୁତା ସମାଜ ବଲାଙ୍ଗିର ଦ୍ୱାରା ଦହିପାଣି ବଣ୍ଟନ
ବଲାଙ୍ଗିର, 2 ଜୁନ୍ (ହି.ସ.)ସ୍ଥାନୀୟ ଘଣ୍ଟା ଘର ଛକ ରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ କୁଲୁତା ସମାଜ, ବଲାଙ୍ଗିର ଦ୍ୱାରା ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ପବିତ୍ର ଶିତଳ ଷଷ୍ଠୀର ଭସାଣି ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସମାଜର ସଭାପତି ଶଙ୍କର୍ଷଣ ପଧାନ ଓ
କୁଲୁତା ସମାଜ ବଲାଙ୍ଗିର ଦ୍ୱାରା ଦହିପାଣି ବଣ୍ଟନ


ବଲାଙ୍ଗିର, 2 ଜୁନ୍ (ହି.ସ.)ସ୍ଥାନୀୟ ଘଣ୍ଟା ଘର ଛକ ରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ କୁଲୁତା ସମାଜ, ବଲାଙ୍ଗିର ଦ୍ୱାରା ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ପବିତ୍ର ଶିତଳ ଷଷ୍ଠୀର ଭସାଣି ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସମାଜର ସଭାପତି ଶଙ୍କର୍ଷଣ ପଧାନ ଓ ସଂପାଦକ ଶାନ୍ତନୁ କୁମାର ଭୋଇ ଉଦ୍‌ଘାଟନ କରିଥିଲେ ଓ ପ୍ରତ୍ୟେକ୍ଷ ଭାବରେ ଉପଦେଷ୍ଠା ରାହାସ ବିହାରୀ ମାଝି, ସୁରଥ ପଧାନ, ଉପ-ସଭାପତି ରାଜେନ୍ଦ୍ର ପ୍ରସାଦ ସାହୁ, ସଂଗିତା ମାଝି, କାର୍ଯ୍ୟକାରୀ ମିଟି ସଦସ୍ୟ ପ୍ରହଲ୍ଲାଦ ଭୋଇ, ରାମଚନ୍ଦ୍ର ଭୋଇ, ଯୁବ ସଭାପତି ରବିନ୍ଦ୍ର କୁମାର ପଧାନ, ଯୁବ ସାମୁଖ୍ୟ ର ସୁଦର୍ଶନ ସାହୁ, ରୁପକ ପଧାନ, ସଂଜିବ ସାମଲ, ରହିମ ରଞ୍ଜନ ସାହୁ, ଜିତୁଲାଲ ସାହୁ, ଲିପିରାଣି ସାହୁ ଓ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ରବିନ୍ଦ୍ର କୁମାର ପଧାନ, ଗୋବର୍ଦ୍ଧନ ପଧାନ, ରିଙ୍କୁ ଭୋଇ, ସାନ୍ତନୁ କୁମାର ପାତ୍ର, ଶ୍ରିନିବାସ ସାହୁ, ବିଦେଶି ପଧାନ ତଥା କୁନି ଝିଅ ପ୍ରତ୍ୟାଶା ଭୋଇ ଶ୍ରଦ୍ଧାଳୁମାନଙ୍କୁ ଦହିପାଣି ବଣ୍ଟନ କରି ସମାଜକୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଶ୍ରୀମନ୍ତ ଗଡତ୍ୟା, ସରୋଜ ପଧାନ, ପ୍ରଦୀପ କୁମାର ସାୁ, ସଂଜୟ ସାହୁ, ପ୍ରଦୀପ ପଧାନ, ପ୍ରମୋଦ ପଧାନ ସହଯୋଗ କରିଥିଲେ । କୁଲୁତା ସମାଜ ଦିର୍ଘ ଆଠ ବର୍ଷ ହେଲା ଏହି ପବିତ୍ର ଶିତଳ ଷଷ୍ଠୀ ଅବସରରେ ଦହିପାଣି ବଣ୍ଟନ କରି ଶ୍ରଦ୍ଧାଳୁମାନଙ୍କୁ ସେବା କରି ନିଜକୁ ଧନ୍ୟ ମନେ କରୁଅଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande