ଗଞ୍ଜେଇ ଚାଲାଣ ବେଳେ ଚଢାଉ, ୬ ଗିରଫ
ଜୟପୁର, ୦୨ ଜୁନ୍ (ହି.ସ.) - ଗଞ୍ଜେଇ ଚାଲାଣ ହେଉଥିବୀ ସୂଚନା ପାଇ ଜୟପୁର ଟାଉନ ପୋଲିସ ଚଢାଉ କରିଛି । ଚଢାଉ କରି ୬ ଅଭିଯୁକ୍ତ କୁ ଗିରଫ କରିଛି । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ପାର୍ଥ କଶ୍ୟପ ଉପସ୍ଥିତ ରହି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ସୁଚନା ଅନୁଯାଇ ଅନୁଯାଇ ଗତ ୨୯ ତାରିଖ ରେ ଜୟପୁର
ଗଞ୍ଜେଇ ଚାଲାଣ  ବେଳେ ଚଢାଉ, ୬ ଗିରଫ


ଜୟପୁର, ୦୨ ଜୁନ୍ (ହି.ସ.) - ଗଞ୍ଜେଇ ଚାଲାଣ ହେଉଥିବୀ ସୂଚନା ପାଇ ଜୟପୁର ଟାଉନ ପୋଲିସ ଚଢାଉ କରିଛି । ଚଢାଉ କରି ୬ ଅଭିଯୁକ୍ତ କୁ ଗିରଫ କରିଛି । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ପାର୍ଥ କଶ୍ୟପ ଉପସ୍ଥିତ ରହି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ସୁଚନା ଅନୁଯାଇ ଅନୁଯାଇ ଗତ ୨୯ ତାରିଖ ରେ ଜୟପୁର ଟାଉନ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ହାଟପଦା ନିକଟ ହୁଣ୍ଡାଇ ସୋରୁମ ଓ ମାରୁତି ସୁଜୁକି ସୋରୁମ ପଛ ପଟେ ଏକ କାବାଡି ଦୋକାନ ନିକଟରେ ୧୦ରୁ ୧୨ ଜଣ ଦୁବୁର୍ତ ଗାଡିରେ ଗଞ୍ଜେଇ ଲୋଡ କରୁଥିଲେ । କୁଣ୍ଡା ଓ ଖୁଦ ପ୍ୟାକେଟ ସହ ଗଞ୍ଜେଇ ଲୋଡ କରୁଥିଲେ । ପୋଲିସ ଚଢାଉ କରି ୬ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାରିଣିପୁଟର ଅମର କୁମାର ବାହାଦୁର (୩୭), ଚିଂଟୁ ମୁଦୁଲି (୨୯) , ସଞ୍ଜୟ ଖୋସଲା (୨୯), କେଶବ ହରିଜନ (୩୦) । ସେହି ସମୟରେ ଗତ ୨୯ ତାରିଖରେ ପୋଲିସ ଅଭିଯୁକ୍ତ ଦୁର୍ଗା ବାହାଦୁର ଓ ମିନା ବାହାଦୁରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଚଢାଉ କରି ପୋଲିସ ୨୫୯ ପ୍ୟାକେଟରେ ୧୩୧୮ କେଜି ଗଞ୍ଜେଇ, ୧୨୦ ପ୍ୟାକେଟ କୁଣ୍ଡା ଓ ଖୁଦ, ୩ଟି ମୋବାଇଲ, ୪ ଚକିଆ ମିନି ଟ୍ରକ ଓ ୬ ଚକିଆ ଟ୍ରକକୁ ଜବତ କରିଛି । ଚଢାଉ ଦରରେ ବିକ୍ରୟ କରିବା ପାଇ ଗଞ୍ଜେଇକୁ ଟ୍ରକରେ ହାରିୟାନା କୁ ଚାଲାଣ କରୁଥିବା ପୋଲିସ ତଦନ୍ତ ଜାଣିବାକୁ ପାଇଛି । ୬ ଅଭିଯୁକ୍ତ ନାମରେ ୨୦୬/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୪ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନିରେ ଟାଉନ ଥାନା ଅଧିକାରି ଉଲ୍ଲସ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande