ଗଂଜାମ, 2 ଜୁନ୍ (ହି.ସ.) କବିସୂର୍ଯ୍ୟନଗର ବାଲିଛାଇ ଫାଣ୍ଡିଗୋବିନ୍ଦପୁର ଧୋଵାସାହିରେ ଗତକାଲି ଵିଳମ୍ଵିତ ରାତିରେ ଵିଭତ୍ସ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତିକୁ କେନ୍ଦ୍ର କରି ସ୍ବାମୀ କାଳିଆ ସେଠୀକୁ ତାର ସ୍ତ୍ରୀ ପୂଜା ସେଠୀ ଓ ବାପା ମୋଚିରାମ ସେଠୀ ଘର ଭିତରେ ମାରଣାସ୍ତ୍ରରେ ଵିଭତ୍ସ ଭାବେ ହତ୍ୟା କରିଛନ୍ତି । ଏହାପରେ ଉଭୟ ପତ୍ନୀ ଓ ତାଙ୍କ ବାପା ଫେରାର ହୋଇଯାଇଛନ୍ତି। ଖବର ପାଇବା ଲିଛାଇ ଫାଣ୍ଡି ଓ କବିସୂର୍ଯ୍ୟ ନଗର ପୁଲିସ ଘଟଣା ସ୍ଥଳକୁ ଯାଇ ଶବକୁ ଜବତ କରି ଘଟଣାର ତନାଘନା ତଦନ୍ତ ଚଳାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ