ଆଗେଇ ଚାଲିଛି ରଥ ନିର୍ମାଣ
ଜୟପୁର, ୨ ଜୁନ୍ (ହି.ସ.) - ଆଗେଇ ଚାଲିଛି ରଥ ନିର୍ମାଣ। ରଘୁନାଥ ମନ୍ଦିର ପରିସରସମ୍ମୁଖରେ ଥିବା ରଥଖଳାରେ ନିର୍ମାଣ କାର୍ଯ୍ୟ ଚାଲିଛି। ମୁଖ୍ୟ ବିଶ୍ୱକର୍ମା ଧନୁର୍ଜୟ କମାର ଓ ଡମ୍ବରୁ କମାରଙ୍କ ନେତୃତ୍ୱରେ ୯ଜଣ କାରିଗର ରଥ ନିର୍ମାଣରେ ଲାଗି ପଡିଛନ୍ତି। ଅଖଚକ କାମ ଶେଷ ହୋଇଯାଇଛି। ପ୍ରଥମ ଭୂମିକାଠ କାମ
ଆଗେଇ ଚାଲିଛି ରଥ ନିର୍ମାଣ


ଜୟପୁର, ୨ ଜୁନ୍ (ହି.ସ.) - ଆଗେଇ ଚାଲିଛି ରଥ ନିର୍ମାଣ। ରଘୁନାଥ ମନ୍ଦିର ପରିସରସମ୍ମୁଖରେ ଥିବା ରଥଖଳାରେ ନିର୍ମାଣ କାର୍ଯ୍ୟ ଚାଲିଛି। ମୁଖ୍ୟ ବିଶ୍ୱକର୍ମା ଧନୁର୍ଜୟ କମାର ଓ ଡମ୍ବରୁ କମାରଙ୍କ ନେତୃତ୍ୱରେ ୯ଜଣ କାରିଗର ରଥ ନିର୍ମାଣରେ ଲାଗି ପଡିଛନ୍ତି। ଅଖଚକ କାମ ଶେଷ ହୋଇଯାଇଛି। ପ୍ରଥମ ଭୂମିକାଠ କାମ ଶେଷ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା ୨ ଦିନ ମଧ୍ୟରେ ଅଖ ଉପରେ ଏହା ବସାଯିବ ବୋଲି କହିଛନ୍ତି। ରଥ ନିର୍ମାଣ ତଦାରଖ କରୁଥିବା ଦେବୋତର ବିଭାଗ ବରିଷ୍ଠ କିରାଣି କୃଷ୍ଣଚନ୍ଦ୍ର ଦାଶ। ଶ୍ରୀ ଦାଶ କହିଛନ୍ତି ଗତବର୍ଷର କାଠରେ ରଥ ନିର୍ମାଣ କରାଯାଉଛି। ଯଦି ଦରକାର ପଡେ କିଛି ନୂତନ କାଠ ବ୍ୟବହାର କରାଯିବ ବୋଲି କହିଛନ୍ତି। ଦୁଇଦିନ ହେବ ଅଖରେ ଚକ ଲଗାଯାଇଛି। ଅଖ ଉପରେ ପ୍ରଥମ ଭୁମିକାଠ ବସାଯିବ। ଏଥିସହ ଉପର ଭୂମିକାଠ, ଗୁଜକାଠ, ଜିଆକାଠ, ଚକଡାକାଠ ପ୍ରସ୍ତୁତ କରାଯାଉଛି। ଧାର୍ଯ୍ୟ ସମୟରେ କିପରି କାମ ସିରିବ ସେଥିଲାଗି ନିୟମିତ ତଦାରଖ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande